🔥 ट्रेंडिंग રાજકોટ ગ્રામ્ય જિલ્લાના આટકોટ પોલીસ સ્... পাকিস্তানের প্রতি কংগ্রেসের অবস্থান নি... हंसराज सैनी ने ग्राम पंचायत हांसपुर मे... हमीरपुर में इंसाफ की गुहार! पति एक साल... 32 Arrested in Assam’s Statewide Crack... public prosecutor was ambushed and ass...
29 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
जीवनशैली

ଆଜିର ଦିନରେ ଛାରଖାର ହୋଇଥିଲା ଓଡ଼ିଶା, ମହାବାତ୍ୟା ଉଜାଡ଼ି ଦେଇଥିଲା ଶହଶହ ଘର

✍️ रिपोर्टर: Deepak Mahapatra 🗓 29 अक्टू. 2026, 01:25 PM 👁 12
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଆଜି ୨୯ ଅକ୍ଟୋବର, ଠିକ୍ ଆଜିର ଦିନ ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ରିପୋର୍ଟ ଅନୁସାରେ ଏହି ମହାବାତ୍ୟା ଭାରତ ମହାସାଗର ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଥିଲା।
୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଆଜିକୁ ଠିକ୍ ୨୭ ବର୍ଷ ତଳେ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଆଉ ଏହି ମହାବାତ୍ୟା ଉଜାଡ଼ି ଦେଇଥିଲା ଶହଶହ ସୁନାର ସଂସାର। ଚାହୁଁ ଚାହୁଁ ନିମିଷକ ମଧ୍ୟରେ ସବୁ କିଛି ଛାରଖାର ହୋଇଗଲା ।
ଚାହୁଁ ଚାହୁଁ ବାତ୍ୟାକୁ ୨୭ ବର୍ଷ ପୁରିଯାଇଛି। କିନ୍ତୁ ସେଦିନର ବାତ୍ୟାର ସେ କରାଳ ରୂପ ଆଜିବି ଅନେକଙ୍କ ମନରୁ ଯାଇନାହିଁ। ୯୯ ମହାବାତ୍ୟା ଜଗତସିଂହପୁର ଜିଲ୍ଲାରେ ଅଧିକାଂଶ ପରିବାରକୁ ଉଜାଡ଼ି ଦେଇଥିଲା। କେଉଁଠି ମା’ କୋଳରୁ ପୁଅକୁ ଛଡ଼ାଇ ନେଇଥିଲା ତ ଆଉ କେଉଁଠି ସ୍ୱାମୀ, ସ୍ତ୍ରୀଙ୍କୁ ଅଲଗା କରିଦେଇଥିଲା। ସେ କାଳ ରାତିର ହୃଦୟବିଦାରକ ଘଟଣା ମନେ ପଡ଼ିଗଲେ ଆଜି ବି ଉପକୂଳ ଓଡ଼ିଶାବାସୀଙ୍କ ଲୋମ ଟାଙ୍କୁରି ଉଠେ।
ବିଶେଷକରି ଜଗତସିଂହପୁର ଜିଲ୍ଲାର ଏର୍‌ସମା ଏବଂ ବାଲିକୁଦାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଘଣ୍ଟାକୁ ପାଖାପାଖି ୨୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାରୁ ସେ ଅଞ୍ଚଳର ସବୁ ଗାଁ ନିଶ୍ଚିହ୍ନ ହୋଇଯାଇଥିଲା। ମହାବାତ୍ୟାରେ ସେତେବେଳେ ରାଜ୍ୟର ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୧.୫ ନିୟୁତ ଲୋକ ବାସହୀନ ହୋଇଥିଲେ। ରହିବା ପାଇଁ ନା ଘର ଥିଲା, ନା ବଞ୍ଚିବା ପାଇଁ ଖାଦ୍ୟ। ପବନରେ ବିରାଟ ବିରାଟ ଗଛ ରାସ୍ତା ଉପରେ ଲୋଟି ପଡ଼ିଥିଲେ। ଫଳରେ ବ୍ୟାତ୍ୟା ପ୍ରଭାବିତ ଲୋକଙ୍କ ପାଖକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ମଧ୍ୟ କେତେକ ସ୍ଥାନରେ ସମ୍ଭବ ହୋଇ ନଥିଲା।ଓଡ଼ିଶାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା ମହାବାତ୍ୟା। ଯଦିଓ ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ସଚେତନ କରାଯାଇଥିଲା ତେବେ ଲୋକଙ୍କ ଜୀବନ ବଞ୍ଚି ପାରିଥିଲା ସିନା ହେଲେ ଘରବାଡ଼ି, ଧନସମ୍ପତି ସବୁ ଉଜୁଡ଼ି ଯାଇଥିଲା।
୨୭ ବର୍ଷ ଭିତରେ ରାଜ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି, କେତେ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି ଓଡ଼ିଶା। କିନ୍ତୁ ଅକ୍ଟୋବର ୨୯ ତାରିଖ ଆସିଲେ ମହାବାତ୍ୟାକୁ ଅଙ୍ଗେ ନିଭାଇଥିବା ଲୋକଙ୍କ ଆଖିରେ ଲୁହ ଏବେ ବି ଭରି ଆସେ। ସେଦିନର କାଳରାତିକୁ ଭୋଗିଥିବା ଲୋକ ଆଜି ବି ଲୋକେ ଭୁଲିପାରୁ ନାହାନ୍ତି।
ମହାବାତ୍ୟା ପରେ ଫାଇଲିନ୍, ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ଅମ୍ଫନ ଏବଂ ୟାସ୍ ଭଳି ଅନେକ ବାତ୍ୟାକୁ ଓଡ଼ିଶାବାସୀ ସାମ୍ନା କରିଛନ୍ତି। କିନ୍ତୁ ୧୯୯୯ ମହାବାତ୍ୟା ଯେଉଁ ଦାରୁଣ ଦୁଃଖ ଦେଇ ଯାଇଥିଲା ତାହା ଉପକୂଳ ଓଡ଼ିଶାବାସୀଙ୍କ ମନରେ ଅଲିଭା ଗାର ହୋଇରହିଛି।
📲Get App