🔥 TRENDING Tawang in Arunachal Pradesh to Host No... ब्रेकिंग न्यूज़ | अमेठी के बोझी चौराहे... Arunachal Pradesh Congress Demands Jud... Army reinforces strategic Arunachal br... New Media Policy in Kashmir Likely to... Jammu & Kashmir Drafts New Media Polic...
29 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ, ବାତ୍ୟା ସ୍ଥିତି ସମ୍ପର୍କରେ ହେଲା ଆଲୋଚନା

✍️ Reporter: Deepak Mahapatra 🗓 29 Oct 2026, 01:29 PM 👁 13
Share: 💬 WhatsApp 📘 Facebook 𝕏 Post
ବାତ୍ୟା ଅର୍ଣ୍ଣବର ସ୍ଥିତି ଏବଂ ତାର ପ୍ରଭାବ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ କଥା ହୋଇଛନ୍ତି । ଏହା ସହିତ କେନ୍ଦ୍ର ମନ୍ତ୍ରୀ ଆନ୍ଧ୍ର ପ୍ରଦେଶ, ପଣ୍ଡିଚେରୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ସରକାର ଜନତାଙ୍କ ସହିତ ଛିଡ଼ା ହୋଇଛନ୍ତି ବୋଲି ଶାହ କହିଛନ୍ତି ।
ଅମିତ ଶାହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା ହୋଇଛି । ଏସଡିଆରଏଫ୍ ଏବଂ ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ । ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ପଠାଯିବ ।
ଉଲ୍ଲେଖ ଯୋଗ୍ୟ, ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ପୂର୍ବରୁ ଓ ବାତ୍ୟା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସହ ଅନେକ ଥର ଫୋନରେ କଥା ହୋଇ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।
📲Get App