🔥 TRENDING घाघरा नदी की कटान से प्रभावित महाराजपु... Maharashtra FDA Seizes Rs 19.70 Crore... Three Siblings Found Dead in Locked Ma... Allahabad High Court Highlights Forens... Yogi Adityanath credits BJP's speed, s... Samajwadi Party gains ground in Uttar...
29 Oct 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରିରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମୀକ୍ଷା ବୈଠକ ବାତ୍ୟା ପରବର୍ତ୍ତୀ ସ୍ଥିତି, ଶିକ୍ଷା ଓ ସାମାଜିକ ସୁରକ୍ଷା ଯୋଜନା ଉପରେ ଗୁରୁତ୍ୱାରୋପ

✍️ Reporter: SUKUMAR MANDAL 🗓 29 Oct 2026, 09:34 PM 👁 11
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୯/୧୦: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ସ୍ଥାନୀୟ ସର୍କିଟ ହାଉସଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ୍ ଏଚ୍.ଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତି ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ପ୍ରଶାସନର ପୂର୍ବ ପ୍ରସ୍ତୁତି ଓ ସତର୍କତା ଯୋଗୁଁ ଜିଲ୍ଲାରେ ବାତ୍ୟାରେ କୌଣସି ଧନଜୀବନ ହାନି ହୋଇନଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ଏଥିସହ ସ୍ଥାନୀୟ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ ବିଭିନ୍ନ ପେନସନ ଯୋଜନା ଏବଂ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରିବାକୁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅନୁସୂଚିତ ଜାତି-ଜନଜାତି ହଷ୍ଟେଲଗୁଡ଼ିକର ସୁଚାରୁ ପରିଚାଳନା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳରେ ଉନ୍ନତି ଆଣିବା ସହ ଶିକ୍ଷାଦାନରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।

ଗ୍ରାମାଞ୍ଚଳ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସହ ସମନ୍ୱୟ ରକ୍ଷା କରି ସ୍କୁଲର ସୌନ୍ଦର୍ଯ୍ୟକରଣ, ପ୍ରାଚୀର ନିର୍ମାଣ ଓ ମରାମତି ଏବଂ ରୋଷେଇ ଗୃହର ନବୀକରଣ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।
📲Get App