🔥 TRENDING Haryana Activist Arrested for Threaten... Kashmiri Pandit Activist Arrested for... Haryana Launches e-Upchar Digital Heal... Assam Minister Responds to Bangladeshi... Rana Gurjit Singh Rejects Rumors of Le... BJP MLA Allegedly Offers Bribes to Pan...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଅଭିଯୁକ୍ତର ଅଜବ ଦାବି; ବାପା ହୋଇପାରିବନି ବୋଲି ୪ ବର୍ଷର ଶିଶୁ କନ୍ୟାକୁ ଉଠାଇ ନେଇଥିଲା

✍️ Reporter: Deepak Mahapatra 🗓 27 Oct 2026, 01:04 PM 👁 12
Share: 💬 WhatsApp 📘 Facebook 𝕏 Post
ଡାକ୍ତର କହିଥିଲେ ଯେ ମୁଁ କେବେ ବାପା ହୋଇ ପାରିବିନି। ବଂଶ ରକ୍ଷା କରିବା ପାଇଁ ଛୁଆ ଚୋରି କରିଥିଲି।’ ଏହିପରି ଅଜବ ବୟାନ ଦେଇଛନ୍ତି ୪ ବର୍ଷର ଶିଶୁ କନ୍ୟାଙ୍କୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଯୁବକ। ତାଙ୍କ ନାଁ ହରେକୃଷ୍ଣ ଘୋଷ ଓରଫ କୃଷ୍ଣ। ତାଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲା ଝାଡ଼ିଗଡ଼ା ଗାଁରେ।
ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ଘର ବାରିପଦାର ଭଞ୍ଜପୁର ଷ୍ଟେସନ ନିକଟସ୍ଥ ଜମୁନାଦେଇପୁର ସାହିରେ। ଗତକାଲି ସେ ତାଙ୍କ ମା’ଙ୍କ ସହ ରାସ୍ତାରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ। ଗିରଫ ଅଭିଯୁକ୍ତ ହରେକୃଷ୍ଣ ଘୋଷ ତାଙ୍କୁ ନେଇ ପଳାଇଥିଲେ। ସେ ଶିଶୁ କନ୍ୟାଟିକୁ ସାଇକେଲରେ ଜମୁନାଦେଇପୁରରୁ ମୁରୁଗାବାଡ଼ି ଦେଇ ଗୋପିବହଲ୍ଲବପୁର ଝାଡ଼ିଗଡ଼ା ଗାଁକୁ ନେଇ ଯାଇଥିଲେ। ହେଲେ ସେ ଛୁଆଟିକୁ ଚୋରି କରି ଆଣିଥିବା ଜାଣି ପରିବାର ଲୋକେ ଚିନ୍ତା ପ୍ରକଟ କରିଥିଲେ। ଏନେଇ ପୁଲିସ୍‌ କେସ୍ ହେବ ଓ ପୁଲିସ ତାଙ୍କୁ ଖୋଜି ଖୋଜି ଆସି ଘରେ ପହଞ୍ଚିବ ବୋଲି ହରେକୃଷ୍ଣଙ୍କୁ ତାଙ୍କ ପରିବାର ଲୋକେ କହିଥିଲେ। ସେମାନେ ହରେକୃଷ୍ଣଙ୍କୁ ବୁଝାଇଥିଲେ। ଆଜି ସକାଳେ ତାଙ୍କ ମନ ବଦଳି ଥିଲା। ତେଣୁ ସେ ପୁଣି ଶିଶୁ କନ୍ୟାଟିକୁ ସାଇକେଲରେ ବସାଇ ଜମୁନାଦେଇପୁର ଆଣିଥିଲେ। ସେଠାରେ ସେ ଛୁଆଟିକୁ ଛାଡ଼ି ପଳାଉଥିବା ବେଳେ ସନ୍ଦେହରେ କିଛି ସଫେଇ କର୍ମଚାରୀ ତାଙ୍କୁ ଧରିଥିଲେ। ସେମାନେ ଶିଶୁ କନ୍ୟାଟିକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମାରେ ଦେଇଥିଲେ।
ପୁଲିସ ହରେକୃଷ୍ଣଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରିବା ବେଳେ ସେ ଦେଇଥିଲେ ଅଜବ ବୟାନ। ସେ କହିଥିଲେ, ସେ କେବେ ବାପା ହୋଇପାରିବେନି ବୋଲି ଡାକ୍ତର କହିଛନ୍ତି। ଚିକିତ୍ସା ସତ୍ତ୍ୱେ କୌଣସି ସୁଫଳ ମିଳି ନଥିଲା। ତେଣୁ ସେ ବିବାହ କରି ନଥିଲେ। କିନ୍ତୁ ନିଜ ବଂଶ ବୃଦ୍ଧି ପାଇଁ ସେ ଝିଅଟିକୁ ଏକାକୀ ପାଇ ଉଠାଇ ନେଇଥିଲେ।
ହରେକୃଷ୍ଣ ପୂର୍ବରୁ ବାରିପଦାରେ ଏକ ଇଲେକ୍ଟ୍ରିକାଲ ଦୋକାନରେ କାର୍ଯ୍ୟ କରୁଥିଲେ। ସେ ଜମୁନାଦେଇପୁରରେ ଭଡ଼ାରେ ରହୁଥିଲେ। ଗତକାଲି ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ ଏହି କାଣ୍ଡ ଭିଆଇ ଥିବା ପୁଲିସ କହିଛି।
ଶିଶୁ କନ୍ୟାକୁ ପାଇ ପରିବାର ଲୋକେ ଖୁସି ହୋଇଥିବା ବେଳେ ପୁଲିସ ଘଟଣାର ଖୋଳତାଡ଼ ଜାରି ରଖିଛି। ଏଥିରେ ଆଉ କେହି ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ମଧ୍ୟ ତଦନ୍ତ କରୁଛି ପୁଲିସ।
📲Get App