Local
ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା: ଜଳେଶ୍ୱରରେ ୧୨ ଘଣ୍ଟିଆ ବନ୍ଦ ଡାକରା
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ଦେବକୁମାର ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜନୀତି ତୀବ୍ର ହୋଇଛି । ଆଜି ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ସହିତ କଂଗ୍ରେସ ଜଳେଶ୍ୱର ବନ୍ଦ ଡାକରା ଦେଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେଡ଼ି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ।
ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତର କଲ୍ ରେକର୍ଡ ଯାଞ୍ଚ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ, ପୀଡ଼ିତା ପରିବାରକୁ ଆର୍ଥିକ ସହାୟତା ଓ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ବିରୋଧୀ ଦଳର କର୍ମକର୍ତ୍ତାମାନେ ଜଳେଶ୍ୱରରେ ବିଭିନ୍ନ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟାୟାର ଜାଳି ରାସ୍ତା ରୋକ କରିବା ସହିତ ପିକେଟିଂ କରିଛନ୍ତି । ଫଳରେ ଦୋକାନ ବଜାର ସବୁ ବନ୍ଦ ହୋଇଥିବାବେଳେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
ସେପଟେ ଏହି ଘଟଣାରେ ଗତ ୨୨ ତାରିଖରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଜେନା ଆତ୍ମସମର୍ପଣ କରିଥିବା ବେଳେ ଜଣେ ମହିଳାଙ୍କ ସମେତ ଆଉ ୩ ଜଣଙ୍କୁ ପୁଲିସ ଉଠାଇ ଆଣିଛି। ଦୁଷ୍କର୍ମ ବେଳେ ଛାତ୍ରୀ ଜଣକ ପାଣି ପାଇଁ ଚିତ୍କାର କରିଥିଲେ। ପରିଚିତ ଯୁବକ ଜଣକ ପାଣି ଆଣିବାକୁ ଯାଇଥିବା ବେଳେ ଅନ୍ୟମାନେ ପୀଡ଼ିତାଙ୍କ ଉପରେ କ୍ରୂର ଅତ୍ୟାଚାର ଚଳାଇଥିଲେ। ଅତ୍ୟାଚାର ଯୋଗୁଁ ମୃତ୍ୟୁ ଘଟିଥିବା ସନ୍ଦେହ କରି ଅଭିଯୁକ୍ତମାନେ ଶବକୁ ଗଛରେ ଟାଙ୍ଗି ଦେଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଜଣେ ଡିଏସପିଙ୍କ ନେତୃତ୍ୱରେ ଜଣେ ଇନ୍ସପେକ୍ଟର ଓ ଜଣେ ମହିଳା ଅଧିକାରୀଙ୍କ ଟିମ୍ ଅଭିଯୁକ୍ତଙ୍କୁ ଜେରା କରୁଛନ୍ତି। ଖୁବଶୀଘ୍ର ସବିଶେଷ ତଥ୍ୟ ପ୍ରକାଶ କରାଯିବ ବୋଲି ଜଳେଶ୍ୱର ଏସଡିପିଓ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ନାବାଳିକା ଜଣକ ଡାନ୍ସ କ୍ଲାସ୍ ଯିବାକୁ କହି ଘରୁ ବାହାରି ଯାଇଥିଲେ । ଏହା ପରେ ଚନ୍ଦ୍ରକାନ୍ତାଙ୍କ ସହିତ ବୁଲିବାକୁ ଯାଇଥିବାବେଳେ ଦୁଷ୍କର୍ମ ସହିତ ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ । ପରେ ତାଙ୍କୁ ଅତି ନିର୍ମମ ଭାବରେ ପୋଡ଼ି ମାରି ଦିଆଯାଇଥିଲା ।