🔥 TRENDING Goa and Uttarakhand Lead India's Push... India, Canada Kick Off First Migration... Delhi traders ask Congress to delay No... PM Modi to Inaugurate Emerging Science... India and New Zealand Under-20 Rugby S... Congress Holds Rally in Indore, Demand...
27 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଲକ୍ଷ୍ମୀପୂଜାରୁ ଫେରୁଥିବାବେଳେ ଦୁର୍ଘଟଣା: ୨ ବାଇକ ଆରୋହୀ ମୃତ, ଜଣେ ଗୁରୁତର

✍️ Reporter: Deepak Mahapatra 🗓 27 Oct 2026, 01:22 PM 👁 13
Share: 💬 WhatsApp 📘 Facebook 𝕏 Post
ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ମୁକ୍ତାପଶି ମେଡିକାଲ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦ୍ୱୟ ହେଲେ କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ଅଜିତ ନାଏକ ଓ ଅନିଲ ନାଏକ। ସେହି ଗାଁର ସୁମନ୍ତ ନାଏକ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ଅଜିତ ନାଏକ, ଅନିଲ ନାଏକ ଓ ସୁମନ୍ତ ନାଏକ ଗୋଟିଏ ବାଇକ୍‌ରେ ଲକ୍ଷ୍ମୀପୂଜା ଦେଖିବାକୁ ଯାଇଥିଲେ । ରାତିରେ ଘରକୁ ଫେରୁଥିବା ସମୟରେ ମୁକ୍ତାପଶି ମେଡିକାଲ ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଜିତ ଓ ଅନିଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଗୁରୁତର ସୁମନ୍ତଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ:- କେନ୍ଦ୍ରାପଡ଼ାର ଲକ୍ଷ୍ମୀପୂଜାକୁ ପୂରିଲା ୧୦୦: ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ କେନ୍ଦ୍ରାଞ୍ଚଳ ଆଇଜି
ସେପଟେ ମୃତକ ଦୁଇ ଜଣଙ୍କ ଘରେ ଶୋକରେ ଛାୟା ଖେଳି ଯାଇଛି । ସ୍ତ୍ରୀ ଜାଣିନଥିଲା ଯେଉଁ ମାଆଙ୍କ ଦର୍ଶନ ପାଇଁ ତାଙ୍କ ସ୍ୱାମୀ ଘରୁ ବାହାରି ଯାଇଥିଲେ ତାହା ଶେଷ ଦର୍ଶନ ହେବ ବୋଲି ।
ତେବେ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଦୁଇଟି ମୃତ ଦେହକୁ ଜବତ କରିଛି । ଏହା ସହିତ କେଉଁ ଗାଡ଼ି ଧକ୍କା ଦେଇଛି ସେ ନେଇ ତଦନ୍ତ ଆରମ୍ଭ କରିଛି ।
📲Get App