🔥 TRENDING Dry weather continues in Punjab and Ch... પાટણ જિલ્લા, સમી તાલુકામાં તળાવમાં યુવ... Two Killed, Three Injured as Gunmen Op... Rahul Gandhi to Launch Punjab Campaign... સુરતમાં 150 મોટરસાઇકલની નશામુક્તિ રેલી... Four More Arrested Over Bihu Troupe At...
26 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

୨୦ ଘଣ୍ଟା ପରେ ନଦୀରୁ ମିଳିଲା ବୃଦ୍ଧଙ୍କ ମୃତଦେହ

✍️ Reporter: Deepak Mahapatra 🗓 26 Oct 2026, 12:58 PM 👁 16
Share: 💬 WhatsApp 📘 Facebook 𝕏 Post
ନଦୀ ପଠାରେ ରହିଥିଲା ଚପଲ ଓ ଗଞ୍ଜି। ହେଲେ ମିଳି ନଥିଲା ବୃଦ୍ଧଙ୍କ ପତ୍ତା। ଗାଧୋଇବାକୁ ଆସି ହଠାତ୍‌ ନିଖୋଜ ହୋଇଯାଇଥିଲେ ବୃଦ୍ଧ। ସମ୍ଭବତଃ ସେ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ ହୋଇଥିଲା।
ଏଥିପାଇଁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ନଦୀରେ ଶୁକ୍ରବାର ରାତି ଯାଏ ଖୋଜାଖୋଜି କରିଥିଲେ। କିନ୍ତୁ ବୃଦ୍ଧଙ୍କର କୌଣସି ସୂଚନା ମିଳି ନଥିଲା। ରାତିରେ ବନ୍ଦ ଥିବା ଖୋଜାଖୋଜି ଆଜି ସକାଳୁ ପୁଣି ଆରମ୍ଭ ହୋଇଥିଲା। ଆଉ ନିଖୋଜର ୨୦ ଘଣ୍ଟା ପରେ ନଦୀର ଗଣ୍ଡ ଭିତରୁ ମିଳିଛି ବୃଦ୍ଧଙ୍କ ମୃତଦେହ।
ଉଦଳା ଥାନା କଇଁସାରି ଦେଓ ନଦୀ ଜାମୁଘାଟ ପୋଲ ନିକଟରେ ବୁଡ଼ି ଯାଇଥିବା ବୃଦ୍ଧଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଠାବ କରିପାରିଛନ୍ତି। ମୃତକ ଜଣଙ୍କ ହେଲେ କଇଁସାରି ଗାଁର ମାୟାଧର ନାୟକ। ଶୁକ୍ରବାର ଦିନ ୧୧ ଟା ସମୟରେ ଦେଓ ନଦୀକୁ ସେ ଗାଧୋଇବାକୁ ଯାଇଥିଲେ।
ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ଏଥିରେ ବ୍ୟସ୍ତ ହୋଇ ପରିବାର ଲୋକ ତାଙ୍କୁ ନଦୀ ପଠାରେ ଖୋଜାଖୋଜି କରିଥିଲେ। ଏହି ସମୟରେ ନଦୀ ପଠାରୁ ତାଙ୍କ ଚପଲ ଓ ଗଞ୍ଜି ମିଳିଥିଲା। ନଦୀ ପଠାରେ ଏହା ଥିବାରୁ ଗାଧୋଇବା ବେଳେ ସମ୍ଭବତଃ ମାୟାଧର ବୁଡ଼ି ଯାଇଥିବା ଆଶଙ୍କା କରାଯାଇଥିଲା।
ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସହ ଖୁଣ୍ଟା ଅଗ୍ନିଶମ ବିଭାଗ ସାମିଲ ହୋଇଥିଲା। ହେଲେ ରାତିରେ ଉଦ୍ଧାରକାରୀ ଟିମକୁ କୌଣସି ସଫଳତା ମିଳି ନଥିଲା। ଆଜି ସକାଳୁ ଉଦଳା ଅଗ୍ନିଶମ ବିଭାଗ ଆସି ପୁଣି ସର୍ଚ୍ଚ ଅପରେସନ କରିଥିଲା।
ପ୍ରାୟ ୧ ଘଣ୍ଟାର ଖୋଜାଖୋଜି ପରେ ମାୟାଧରଙ୍କ ମୃତଦେହକୁ ନଦୀ ଗଣ୍ଡର ୧୭ ଫୁଟ ତଳେ ଥିବା ପଥର ସନ୍ଧିରୁ ଠାବ କରାଯାଇଥିଲା। ଅଗ୍ନିଶମ ବିଭାଗ ମୃତଦେହକୁ ବାହାରକୁ ଆଣି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
📲Get App