स्थानीय
ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ
ଛାତିଥରା ଦୁର୍ଘଟଣା। ଆଖି ପିଛୁଳାକେ ବଦଳି ଗଲା ସବୁ କିଛି। ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଲା ଦୁଇଟି ଟ୍ରେଲର ଟ୍ରକ। ଆଉ ଗାଡ଼ି ଭିତରେ ଚାପି ହୋଇ ଜୀବନ୍ତ ଜଳିଗଲେ ଦୁଇ ଡ୍ରାଇଭର। ସୁନ୍ଦରଗଡ଼ କୋଲକରିଡର ଅଁଳାବାହାଲ ଛକ ନିକଟରେ ବିଳମ୍ବିତ ରାତିରେ ଘଟିଛି ଏମିତି ଏକ ଲୋମହର୍ଷଣକାରୀ ସଡ଼କ ଦୁର୍ଘଟଣା।
ଶନିବାର ବିଳମ୍ବିତ ରାତି। ଦ୍ରୁତଗତିରେ ଆଗକୁ ଚାଲିଥିଲା ଦୁଇଟି ଯାକ ଟ୍ରେଲର। ହେଲେ ରାତିର ଅନ୍ଧାରରେ ଘଟିଲା ଭୟଙ୍କର ଘଟଣା। କୌଣସି କାରଣରରୁ ସୁନ୍ଦରଗଡ଼ କୋଲକରିଡର ଅଁଳାବାହାଲ ଛକ ନିକଟରେ ଦୁଇଟି ଯାକ ଟ୍ରେଲର ମଧ୍ୟରେ ହୋଇଥିଲା ମୁହାଁମୁହିଁ ଧକ୍କା।
ଆଉ ଏହା ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ଦୁଇଟି ଯାକ ଗାଡ଼ିରେ ଲାଗି ଯାଇଥିଲା ନିଆଁ। ବିଚ୍ ରାସ୍ତରେ ଦୁଇଟି ଯାକ ଗାଡ଼ି ଜଳୁଥିବାରୁ ସେହି ବାଟେ ଯାଉଥିବା ଅନ୍ୟ ଟ୍ରକ୍ ଗୁଡ଼ିକ ମଧ୍ୟ ଅଟକି ଯାଇଥିଲେ।
ଉକ୍ତ ଗାଡ଼ିରେ ଥିବା ଡ୍ରାଇଭର ମାନେ ଜଳନ୍ତା ଗାଡ଼ିରେ ଫସିଥିବା ସହଯୋଗୀମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ନିଆଁର ପ୍ରକୋପ ଅଧିକ ଥିବାରୁ କେହି ବି କିଛି କରି ପାରି ନଥିଲେ। ଶେଷରେ ଟ୍ରକ ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଦୁଇଟି ଯାକ ଗାଡ଼ିର ଡ୍ରାଇଭର।
ଏଯାଏ ଜୀବନ୍ତ ଦଗ୍ଧ ହୋଇଥିବା ଦୁଇ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ତଥାପି ସେମାନେ ବିହାରର ହୋଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳ ରେ ଲେଫ୍ରିପଡା ପୁଲିସ ପହଞ୍ଚି ଜଳି ଯାଇଥିବା ଗାଡ଼ି ଓ ମୃତଦେହକୁ ଜବତ କରିଛି।
ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ସେମାନଙ୍କ ପରିଚୟ ଖୋଜିବା ପାଇଁ ପ୍ରୟାସ ଚାଲିଛି। ପରିଚୟ ମିଳିବା ପରେ ପରିବାର ଲୋକଙ୍କୁ ଖବର ଦିଆଯିବ। ଏହାପରେ ଶବବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।
ଏପଟେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା? ଦୁର୍ଘଟଣା ବେଳେ ଗାଡ଼ି ଚାଳକ ମଦ ପିଇଥିଲେ କି ନାହିଁ? ଟ୍ରେଲରେ ଥିବା ଜିନିଷ କେଉଁଠୁ କେଉଁଠିକୁ ଯାଉଥିଲା, ସେକଥା କିଛି ବି ଜଣାପଡ଼ିନି।