🔥 TRENDING Millet cultivation revived in Meghalay... बीकानेर में अनैतिक कार्य की शिकायत पर... Five-Star Hotel Under Construction in... E-Scooter Rider Killed in Delhi's Kalk... बिड़ला ग्राम पंचायत की कमान महिला सरपं... વડોદરાના ભાયલીમાં કૂતરાની કાટ પછી સારવ...
25 Oct 2026•
ગુજરાતી मराठी ਪੰਜਾਬੀ বাংলা

ଆନ୍ଧ୍ରପ୍ରଦେଶରୁ ମୃତ ପ୍ରବାସୀ ଶ୍ରମିକଙ୍କ ଶବ ଫେରାଇ ଆଣିଲା ମାଲକାନଗିରି ପ୍ରଶାସନ

✍️ Reporter: SUKUMAR MANDAL 🗓 25 Oct 2026, 07:00 PM 👁 13
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୪ ଅକ୍ଟୋବର — ଆନ୍ଧ୍ରପ୍ରଦେଶର ଚିନ୍ତୁରୁ ଅଞ୍ଚଳରେ କାର୍ଯ୍ୟରତ ଅବସ୍ଥାରେ ମାଲକାନଗିରି ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ମୃତ ଶ୍ରମିକଙ୍କ ମରଶରୀରକୁ ତାଙ୍କ ନିଜ ଗ୍ରାମକୁ ଫେରାଇ ଅଣାଯାଇଛି।
ମୃତ ଶ୍ରମିକ ଜଣକ ହେଲେ କମଳାପଦର ଅଞ୍ଚଳର ଥାପାଗୁଡ଼ା ଗ୍ରାମର ଗଙ୍ଗା ମାଢ଼ି (୫୪)। ସେ ଜୀବିକା ନିର୍ବାହ ପାଇଁ ଆନ୍ଧ୍ରପ୍ରଦେଶର ଚିନ୍ତୁରୁ ଅଞ୍ଚଳକୁ ଯାଇ କାମ କରୁଥିଲେ। ସେଠାରେ ତାଙ୍କର ମୃତ୍ୟୁ ଖବର ପାଇବା ପରେ ମାଲକାନଗିରି ଜିଲ୍ଲା ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରିଥିଲା।ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ଅନୁମତିକ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକାଙ୍କ ନେତୃତ୍ୱରେ ଏକ ଦଳ ଚିନ୍ତୁରୁ ଗସ୍ତ କରିଥିଲେ। ଏହି ଦଳରେ ସହକାରୀ ଶ୍ରମ ଅଧିକାରୀ ଆସିଫ ଖାନ, ଏଏଲଓ ପ୍ରୀତମ ଡୁରୁକା, ରାଧାରମଣ ପଣ୍ଡାଙ୍କ ସମେତ ପୁଲିସ କର୍ମଚାରୀ ଓ ମୃତକଙ୍କ ଗ୍ରାମର କିଛି ବ୍ୟକ୍ତି ସାମିଲ ହୋଇଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ଓ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମରଶରୀର ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଥିଲା।
ଏଥିସହ ଶ୍ରମ ବିଭାଗର ହସ୍ତକ୍ଷେପ ଫଳରେ ସମ୍ପୃକ୍ତ ନିଯୁକ୍ତିଦାତା ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ଦେବାକୁ ସହମତି ପ୍ରକାଶ କରିଛନ୍ତି।
ଶୁକ୍ରବାର ମଧ୍ୟରାତ୍ରିରେ ସ୍ୱତନ୍ତ୍ର ଗାଡ଼ି ଯୋଗେ ମରଶରୀରକୁ ଥାପାଗୁଡ଼ା ଗ୍ରାମରେ ପହଞ୍ଚାଇ ମୃତକଙ୍କ ପତ୍ନୀ ଓ ସନ୍ତାନମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଓ ପୁଲିସର ଏହି ତ୍ୱରିତ ପଦକ୍ଷେପକୁ ମୃତକଙ୍କ ପରିବାର ଓ ଥାପାଗୁଡ଼ା ଗ୍ରାମବାସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।
📲Get App