🔥 TRENDING Rangashankara Theatre Festival 2026 ki... Former ISRO Scientist Launches Free Ed... बोकारो: नशे के लिए पैसे न देने पर बुजु... National Health Mission to Build New H... 'Prema Dhoorali' Crosses ₹125 Crore Ma... દાહોદમાં યોગ શિબિર: વિદ્યાર્થીઓ અને શિ...
24 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

ଏହି କାରଣ ପାଇଁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥଗିତ ରହିବ...

✍️ Reporter: Deepak Mahapatra 🗓 24 Oct 2026, 02:49 PM 👁 12
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜ ଅଭିଯୋଗ ଜଣାଇବାକୁ ଅପେକ୍ଷା କରିଥିବା ଜନତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର। ଆସନ୍ତା ଅକ୍ଟୋବର ୨୬ ତାରିଖ ସୋମବାର ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ସୂଚନା ଅନୁଯାୟୀ ଅକ୍ଟୋବର ୨୬ ତାରିଖ ସୋମବାର ଦିନ ଭୁବନେଶ୍ୱରର ୟୁନିଟ୍‌-୨ ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଜନଶୁଣାଣି ହେବାର କାର୍ଯ୍ୟକ୍ରମ ଥିଲା। କ୍ୟାପିଟାଲ ନର୍ସରୀ ନିକଟରେ ଥିବା ଏହି ସ୍ଥାନରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ନିଜର ବ୍ୟକ୍ତିଗତ ଓ ସାଧାରଣ ସମସ୍ୟା ଜଣାଇଥାନ୍ତେ। କିନ୍ତୁ ବାତ୍ୟା ଆଶଙ୍କା ଯୋଗୁଁ ଏଥର କାର୍ଯ୍ୟକ୍ରମ ହେବ ନାହିଁ। ତେବେ ଜନଶୁଣାଣି ପାଇଁ ପୂର୍ବରୁ ଅନଲାଇନ୍‌ରେ ପଞ୍ଜୀକରଣ କରିଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ସୂଚନା ରହିଛି। ପରବର୍ତ୍ତୀ ଜନଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେମାନଙ୍କୁ ପୁଣି ଥରେ ଅନଲାଇନ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଅର୍ଥାତ୍‌ ପୂର୍ବରୁ କରିଥିବା ପଞ୍ଜୀକରଣ ପାଇଁ ପୁଣି ନୂଆ ଆବେଦନ କରିବାର ଆବଶ୍ୟକତା ନାହିଁ।
ତେବେ ଭୁବନେଶ୍ୱରରେ ପରବର୍ତ୍ତୀ ଜନଶୁଣାଣି କେବେ ହେବ, ସେନେଇ ଏପର୍ଯ୍ୟନ୍ତ ନୂଆ ତାରିଖ ଘୋଷଣା କରାଯାଇନାହିଁ। ପରବର୍ତ୍ତୀ କାର୍ଯ୍ୟକ୍ରମର ତାରିଖ ଖବରକାଗଜ ଓ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
📲Get App