🔥 ट्रेंडिंग एआई चैटबॉट्स: निजी जानकारी साझा करने स... Sonia Gandhi Joins Instagram, First Vi... जयपुर में उच्च‑जोखिम गर्भावस्थाओं की प... जयपुर में पंचायत चुनाव जारी, दोपहर तक... દાહોદના સાગડાપાડામાં રૂ. ૨ કરોડના નવીન... સમી તાલુકાના વરાણા ગામે નવીન આયુષ્માન...
24 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्वास्थ्य

ମାଛ ଧରିବାକୁ ଯିବା ହେଲା କାଳ! ନାବାଳକକୁ ମାରିଲା ନାବାଳକ, ବୁଦା ମୂଳରୁ ମିଳିଲା ମୃତଦେହ

✍️ रिपोर्टर: Deepak Mahapatra 🗓 24 अक्टू. 2026, 01:42 PM 👁 20
शेयर करें: 💬 WhatsApp 📘 Facebook 𝕏 Post
ମାଛ ମାରିବାକୁ ନେଇ ବଚସା। ଆଉ ବଚସାରୁ ହତ୍ୟାକାଣ୍ତ। ଜଣେ ୭ ବର୍ଷର ନାବାଳକକୁ ହତ୍ୟା କରିଛି ୧୩ ବର୍ଷର ନାବାଳକ। ପୋଖରୀରେ ମାଛ ଧରିବା ପାଇଁ ବଇଁଶୀ ପକାଇବାକୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ।
ଏଥିଯୋଗୁ ୧୩ ବର୍ଷୀୟ ପିଲାଟି ତା’ ଠାରୁ ସାନ ପିଲାର ତଣ୍ଟିକୁ ଗାମୁଛାରେ ଚିପି କରିଛି। ହତ୍ୟା ପରେ ମୃତଦେହକୁ ବୁଦା ମୂଳରେ ପକାଇ ଫେରାର ହୋଇଯାଇଥିଲା। ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳ ଅକ୍ଟୋବର ୨୧ରେ ପୂରା ଘଟଣା ଘଟିଥିବା ବେଳେ ୨୨ ତାରିଖ ରାତିରେ ପୁଲିସ୍‌ ମୃତଦେହକୁ ଜବତ କରିଥିଲା। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଅକ୍ଟୋବର ୨୧ରେ ମାଛ ମାରିବାକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଆଉ ଫେରି ନଥିଲେ ୭ ବର୍ଷର ନାବାଳକ। ମାଛ ମାରିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ୭ ବର୍ଷୀୟ ପିଲାର ଜୀବନ ନେଇଯାଇଛି।
ବଡ଼ ଭାଇ ଓ ଅନ୍ୟ ଦୁଇ ଜଣଙ୍କ ସହ ଗାଁ ପାଖ ପୋଖରୀକୁ ମାଛ ମାରିବା ପାଇଁ ଯାଇଥିଲେ ୭ ବର୍ଷର ନାବାଳକ। କିନ୍ତୁ ପୋଖରୀରେ ମାଛ ଧରିବା ପାଇଁ ବଇଁଶୀ ପକାଇବାକୁ ନେଇ ହୋଇଥିଲା ବଚସା। କିଛି ସମୟରେ ପାଟିତୁଣ୍ଡ ପରେ ସବୁ କିଛି ଥଣ୍ଡା ପଡ଼ି ଯାଇଥିଲା। ୭ ବର୍ଷୀୟ ପିଲାର ବଡ଼ ଭାଇ ଓ ଅନ୍ୟ ଜଣେ ନାବାଳକ ଘରକୁ ମଧ୍ୟ ଚାଲି ଆସିଥିଲେ।
ବାସ ପୋଖରୀ କୂଳରେ ରହିଥିଲେ ୭ ବର୍ଷୀୟ ଓ ୧୩ ବର୍ଷୀୟ ଦୁଇ ଜଣ ପିଲା। ଉଭୟଙ୍କ ମଧ୍ୟରେ ବଇଁଶୀ ପକାଇବାକୁ ନେଇ ପୁଣି ପାଟିତୁଣ୍ଡ ହୋଇଥିଲା। ଆଉ ଏହା ପରେ ୭ ବର୍ଷର ନାବାଳକକୁ ହତ୍ୟା କରିଥିଲା ୧୩ ବର୍ଷର ନାବାଳକ। ହତ୍ୟା କରିବା ପରେ ଗୋଟିଏ ବୁଦା ମୂଳେ ମୃତଦେହକୁ ପକାଇ ସେ ଘରକୁ ଚାଲି ଆସିଥିଲା।
ଏପଟେ ଖରା ଯାଇ ସନ୍ଧ୍ୟା ହୋଇଥିଲେ ହେଁ ପୁଅ ଘରକୁ ନଫେରିବାରୁ ଚିନ୍ତାରେ ପଡ଼ିଥିଲେ ପରିବାର ଲୋକ। ବହୁ ଖୋଜାଖୋଜି ପରେ ମଧ୍ୟ ପୁଅର କୌଣସି ପତ୍ତା ମିଳି ନଥିଲା। ଶେଷରେ ସେମାନେ ପୁଲିସ୍‌ର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ୨୨ ତାରିଖ ରାତିରେ ପୋଖରୀ କୂଳର ଗୋଟିଏ ବୁଦା ମୂଳରୁ ନାବାଳକଙ୍କ ମୃତଦେହକୁ ଉଦ୍ଧାର କରିଥିଲା।
ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରିବା ପରେ ନାବାଳକଙ୍କ ହତ୍ୟା ପଛରେ ୧୩ ବର୍ଷୀୟ ପିଲାର ହାତ ଥିବା ସ୍ପଷ୍ଟ ହୋଇଛି। କିନ୍ତୁ ଘଟଣାରେ ଅନ୍ୟ କେହି ସାମିଲ ଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିବାରେ ପୁଲିସ୍‌ ତଦନ୍ତକୁ ଆହୁରି ବ୍ୟାପକ କରିଛି।
ଏବେ ପୁଲିସ୍‌ ଘଟଣାର ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରିବା ସହ ସତ୍ୟ ସାମ୍ନାକୁ ଆଣିବାକୁ ଲାଗି ପଡ଼ିଛି।
📲Get App