🔥 ट्रेंडिंग शाजापुर: मोरटा जोड़ के पास कार पलटने स... PM-DAKSH Trains 1.87 Lakh Candidates,... मुरैना में श्वान के काटने से घायल नीलग... India Post posts 24% revenue surge to... India to Host 12th BRICS Parliamentary... पुनासा एसडीएम पंकज वर्मा ने स्वामित्व...
24 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
देश

ରବିବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଟ୍ରାଫିକ କଟକଣା ଉପରେ ନଜର ପକାନ୍ତୁ

✍️ रिपोर्टर: Deepak Mahapatra 🗓 24 अक्टू. 2026, 02:45 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖୋର୍ଦ୍ଧାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହେବ। ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ ପକ୍ଷରୁ ଜାରି କରାଯାଇଛି ଟ୍ରାଫିକ୍ କଟକଣା।
ଅକ୍ଟୋବର ୨୫ ତାରିଖ ରବିବାର ଅପରାହ୍ନ ୫ଟା ୪୦ରୁ ସନ୍ଧ୍ୟା ୬ଟା ୪୦ ପର୍ଯ୍ୟନ୍ତ କିଛି ରାସ୍ତାରେ ଯାତାୟାତ ବନ୍ଦ ରହିବ ବୋଲି କହିଛି କମିଶନରେଟ୍‌ ପୁଲିସ୍‌। ଏନେଇ ପୁଲିସ କମିଶନର ପକ୍ଷରୁ ସାର୍ବଜନୀନ ବିଜ୍ଞପ୍ତି ଜାରି ହୋଇଛି।
କମିଶନରେଟ୍‌ ପୁଲିସ୍‌ର କହିବା କଥା ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଆର୍‌ବିଆଇ ଡାଟା ସେଣ୍ଟରରୁ ଇନ୍‌ଫୋଭ୍ୟାଲି ଛକ, ତଳଖେତ ଛକ, ଭୁଆଁସୁଣୀ ଛକ ଦେଇ ଏନ୍‌ଏଚ୍‌ ୧୬ର ଜୟଦେବ ବିହାର ଛକ ପର୍ଯ୍ୟନ୍ତ ଯାତାୟାତ ନିୟନ୍ତ୍ରିତ ହେବ।
ଏଥିସହ ଜୟଦେବ ବିହାର ଛକରୁ ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ୧୨୦ ବାଟାଲିୟନ୍ ଛକ, ପାୱାର ହାଉସ୍ ଛକ, ଲୋକ ଭବନ ଗୋଲେଇ, ଏଜି ଛକ, ହସ୍ପିଟାଲ୍ ଛକ ଦେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟନ୍ତ ଯାତାୟାତରେ ଟ୍ରାଫିକ କଟକଣା ଲାଗୁ କରାଯିବ।
କମିଶନରେଟ୍ ପୁଲିସ ପକ୍ଷରୁ ଯାତ୍ରୀ ଓ ସାଧାରଣ ଲୋକଙ୍କୁ ଏହି ରାସ୍ତାଗୁଡ଼ିକୁ ଯଥାସମ୍ଭବ ବ୍ୟବହାର ନ କରି ବିକଳ୍ପ ମାର୍ଗରେ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରା ପୂର୍ବରୁ ପାଇଁ ଯୋଜନା କରିବା ସହ ଅଧିକ ସମୟ ହାତରେ ରଖିବାକୁ କୁହାଯାଇଛି।
ସମସ୍ତଙ୍କୁ ଏହି ସମୟରେ ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ନିର୍ଦ୍ଦେଶ ମାନିବାକୁ ମଧ୍ୟ ଅନୁରୋଧ କରାଯାଇଛି। କଟକଣା କେବଳ ସାଧାରଣ ଲୋକଙ୍କ ପାଇଁ ଲାଗୁ ହେବ। ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଗାଡ଼ି ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଟ୍ରାଫିକ୍ ପରିଚାଳନା ଓ ସୁରକ୍ଷାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୨୫ରେ ଦୁଇ ଘଣ୍ଟିଆ ଓଡ଼ିଶା ଗସ୍ତରେ ଆସିବେ। ବାରାଣସୀରୁ ସ୍ୱତନ୍ତ୍ର ବିମାନ ଯୋଗେ ସେ ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ସିଧା ଖୋର୍ଦ୍ଧା ହେଲିପ୍ୟାଡକୁ ଯିବେ। ସେଠାରୁ ସଡ଼କ ପଥରେ ସରକାରୀ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ।
ଜଟଣୀର ଇନ୍‌ଫୋଭ୍ୟାଲି-୨ ଠାରେ ପ୍ରାୟ ୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଓ ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଓ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନର ଉଦଘାଟନ କରିବେ ମୋଦି। ଏହା ନଭି ମୁମ୍ବାଇ ପରେ ଦେଶର ଦ୍ୱିତୀୟ ଆରବିଆଇ ଡାଟା ସେଣ୍ଟର। ତେଣୁ ଏହାକୁ ଉଦଘାଟନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି।
କାର୍ଯ୍ୟକ୍ରମ ଶେଷ କରିବା ପରେ ସଡ଼କ ପଥରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଫେରିବେ। ଆଉ ପ୍ରାୟ ସନ୍ଧ୍ୟା ୬ଟା ୩୦ରେ ଓଡ଼ିଶାରୁ ବିଦାୟ ନେବେ।
📲Get App