🔥 TRENDING Odisha Govt Suspends Officials’ Holida... DJ Killed in Vehicle Crash in Mathili,... Bengaluru Mandates GPS Tracking for 4,... BBMP Implements Strict Plastic Ban Enf... High Demand for Fuel-Efficient and CNG... High Demand for Fuel-Efficient and CNG...
24 Oct 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ: ଓଡ଼ିଶାରେ ୭୨୬୮ ପୁଲିସ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ?

✍️ Reporter: Deepak Mahapatra 🗓 24 Oct 2026, 01:42 PM 👁 19
Share: 💬 WhatsApp 📘 Facebook 𝕏 Post

ଆଶାୟୀମାନେ OUSSSCର ଅଫିସିଆଲ୍‌ ୱେବସାଇଟ୍‌ରେ ବିଜ୍ଞପ୍ତି ଯାଞ୍ଚ କରି ଆବେଦନ ତାରିଖ, ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଶାରୀରିକ ମାନଦଣ୍ଡ ଓ ପରୀକ୍ଷା ପଦ୍ଧତି ସମ୍ପର୍କରେ ସୂଚନା ପାଇପାରିବେ।

OUSSSC Recruitment 2026: ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ପୁଲିସ ଓ ଅଗ୍ନିଶମ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବକ ଯୁବତୀଙ୍କ ପାଇଁ ବଡ଼ ଘୋଷଣା। ରାଜ୍ୟର ୭୨୬୮ଟି ପୁଲିସ ଓ ଅଗ୍ନିଶମ ବିଭାଗର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି।
ଓଡ଼ିଶା ୟୁନିଫର୍ମଡ ସିର୍ଭିସେନ ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ଏପରି ବିଜ୍ଞପ୍ତି ଜାରି କରାଯାଇଛି। କମ୍ବାଇନ୍‌ଡ ୟୁନିଫର୍ମଡ ସର୍ଭିସେସ୍‌ ଅଧୀନରେ ଅଣ୍ଡର ଗ୍ରାଜୁଏଟ୍‌ ସ୍ତରର ବିଭିନ୍ନ ପଦବୀ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ହେବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପ୍ରଥମ ଥର ପାଇଁ ବିଭିନ୍ନ ପଦବୀର ଆଶାୟୀମାନେ କେବଳ ଗୋଟିଏ ପରୀକ୍ଷା ମାଧ୍ୟମରେ ବିଭତନ୍ନ ପଦବୀର ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଏହାର ଅର୍ଥ ଜଣେ ଚାକିରି ଆଶାୟୀଙ୍କୁ ଏକକ ପରୀକ୍ଷା ମାଧ୍ୟମରେ ଏକାଧିକ ପଦବୀର ନିଯୁକ୍ତି ହାସଲ କରିବାର ସୁଯୋଗ ମିଳିପାରିବ।
ବିଜ୍ଞପ୍ତି ଅନୁସାରେ, କନଷ୍ଟେବଲ୍‌ (ସିଭିଲ୍‌), କନଷ୍ଟେବଲ୍‌ (କମ୍ୟୁନିକେସନ୍‌), କନଷ୍ଟେବଲ୍‌ (OISF), ଅଗ୍ନିଯୋଦ୍ଧା, ଅଗ୍ନିଶମ ଡ୍ରାଇଭର, ଟ୍ରାଫିକ୍‌ କନଷ୍ଟେବଲ୍‌, ଡ୍ରାଇଭର PMT ସମ୍ବନ୍ଧିତ ପଦବୀ। ଏହି ସବୁ ପଦରେ ମୋଟ ୭୨୬୮ ଜଣଙ୍କୁ ନିଯୁକ୍ତି ମିଳିବ।
ସିଭିଲ କନଷ୍ଟେବଲରେ ସର୍ବାଧିକ ୪୨୧୯ଟି ପଦବୀ ରହିଥିବା ବେଳେ ଓଆଇଏସ୍‌ଏଫ କନଷ୍ଟେବଲର ପାଇଁ ୨୨୧୨, କନଷ୍ଟେବଲ (କମ୍ୟୁନିକେସନ) ପାଇଁ ୩୦୦ ପଦବୀ, ଅଗ୍ନିଶମ ଯୋଦ୍ଧା ପାଇଁ ୩୧୭ ପଦବୀ, ଅଗ୍ନିଶମ ଡ୍ରାଇଭର ପାଇଁ ୬୨ ପଦବୀ, ଡ୍ରାଇଭର ପିଏମଟି ପାଇଁ ୧୫୪ ପଦବୀ ଓ ଟ୍ରାଫିକ କନଷ୍ଟେବଲ ପଦରେ ୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।
ଅଲଲାଇନ ଆବେଦନ- ଅକ୍ଟୋବର ୨୩, ସନ୍ଧ୍ୟା ୫ଟା
ଆବେଦନର ଶେଷ ତାରିଖ- ୧୨ ନଭେମ୍ବର, ରାତି ୧୦ଟା
ଫି’ ଦାଖଲରର ଶେଷ ତାରିଖ- ୧୩ ନଭାମ୍ବର, ରାତି ୧୦ଟା
ଅଫିସିଆଲ ୱେବସାଇଟ୍‌- https://ousssc.odisha.gov.in
ସାଧାରଣତଃ ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ନିଯୁକ୍ତି ବିଜ୍ଞପ୍ତି ଓ ପରୀକ୍ଷା ସମ୍ପର୍କରେ ସୂଚନା ଜାରି କରାଯାଇଥାଏ। ହେଲେ ଏକକ ପରୀକ୍ଷା ବ୍ୟବସ୍ଥା ଆଶାୟୀଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବ।
ତେବେ କେଉଁ ପଦବୀ ପାଇଁ କେଉଁ ଯୋଗ୍ୟତା ଆବଶ୍ୟକ, ବୟସ ସୀମା କେତେ ଓ ଚୟନ ପ୍ରକ୍ରିୟା କିପରି ହେବ, ତାହା ବିଜ୍ଞପ୍ତିର ବିସ୍ତୃତ ନିୟମାବଳୀରୁ ଜାଣିପାରିବେ।
ଆଶାୟୀମାନେ OUSSSCର ଅଫିସିଆଲ୍‌ ୱେବସାଇଟ୍‌ରେ ବିଜ୍ଞପ୍ତି ଯାଞ୍ଚ କରି ଆବେଦନ ତାରିଖ, ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଶାରୀରିକ ମାନଦଣ୍ଡ ଓ ପରୀକ୍ଷା ପଦ୍ଧତି ସମ୍ପର୍କରେ ସୂଚନା ପାଇପାରିବେ।
📲Get App