🔥 ट्रेंडिंग Indian Designer Rahul Agrawal Secures... बिहार में जमीन विवाद के कारण छोटे भाई... भोपाल नगर निगम परिषद में विवाद: भाजपा... ରବିବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋ... India and Poland sign major bilateral... આરસુરી અંબાજી મંદિરમાં 34મો પાટોત્સવ:...
24 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ, ୨୮ରେ ଛୁଇଁବ ଆନ୍ଧ୍ର ଉପକୂଳ

✍️ रिपोर्टर: Deepak Mahapatra 🗓 24 अक्टू. 2026, 01:32 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆଜି ଅବପାତର ରୂପ ନେବାର ସମ୍ଭାବନା ରହିଛି। ତାହା ଆସନ୍ତାକାଲି ଗଭୀର ଅବପାତରେ ଏବଂ ୨୬ ତାରିଖରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୮ ତାରିଖ ସକାଳ ସୁଦ୍ଧା ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବା ନେଇ ଆକଳନ କରାଯାଇଛି।
ପବନରେ ବେଗ ୨୬ ସକାଳ ବେଳକୁ ଘଣ୍ଟା ପ୍ରତି ୭୦-୮୦ କିମି ଏପରିକି ଝଟକା ପବନ ୯୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ଏହାପରେ ବାତ୍ୟାଟି ଉପକୂଳ ଆଡକୁ ଯେତିକି ବଢ଼ିବ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିବ। ତେବେ ଲ୍ୟାଣ୍ଡଫଲ୍ ବେଳେ ବେଗ କେତେ ରହିବ ସେନେଇ ଆଇଏମ୍ଡି ପକ୍ଷରୁ ଏବେ କୌଣସି ଆକଳନ କରାଯାଇ ନାହିଁ।
ଆଜି ଅବପାତ ସୃଷ୍ଟି ହେବା ପରେ ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପବନର ବେଗ ସଂପର୍କରେ ସ୍ପଷ୍ଟତା ଆସିବ ବୋଲି କୁହାଯାଇଛି।
📲Get App