🔥 TRENDING BETA NA MAA KO JALAYA झारखंड के पूर्व नेता और पाकुड़ के विधा... माता रानी को उत्साहपूर्वक विदाई, ढोल‑ड... ನವರಾತ್ರಿ ಉತ್ಸವ ಪಲ್ಲಕ್ಕಿ ಮಹೋತ್ಸವ. भागलपुर में फर्जी शिक्षिका के नाम पर 9... बांका के मुरहरा स्टेशन के पास हाई वोल्...
23 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଫାଣ୍ଡି ଏସ୍ଆଇଙ୍କ ବଦଳି

✍️ Reporter: Deepak Mahapatra 🗓 23 Oct 2026, 01:18 PM 👁 13
Share: 💬 WhatsApp 📘 Facebook 𝕏 Post
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ନାବାଳିକା ହତ୍ୟା ମାମଲାରେ ପୋଲିସ ବିଭାଗର ଚରମ ଅବେହଳା ସାମ୍ନାକୁ ଆସିଛି । ନାମ୍ପ ଫାଣ୍ଡି ସବ୍ ଇନସ୍ପେକ୍ଟର୍ କରଣ ମାରାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏସ୍ଆଇ ମାରାଣ୍ଡିଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏସପି କାର୍ଯ୍ୟାଳୟରେ ରହିବେ ।
ନାବାଳିକା ଜଣକ ଗତ ୫ ଦିନ ହେବ ନିଖୋଜ ଥିଲା । ଏ ନେଇ ପରିବାର ଲୋକେ ଫାଣ୍ଡିକୁ ଏତଲା ଦେବାକୁ ଯାଇଥିଲେ । ମାତ୍ର ପୋଲିସ ଏଫ୍ଆଇଆର୍ ଗ୍ରହଣ କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୁକ୍ତ କାହ୍ନୁ ଜେନା ଘରେ ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତ ସପ୍ତାହକ ତଳେ, ଅକ୍ଟୋବର ୧୮ ତାରିଖ ଦିନ ନାବାଳିକା ଜଣକ ନାଚ ଶିଖିବାକୁ ଯାଇଥିଲେ । ତାଙ୍କର ଜଣେ ଝିଅ ସାଙ୍ଗଙ୍କ ଘରେ ରାତିରେ ରହିବେ ବୋଲି ସାଙ୍ଗ ଜଣକ ନାବାଳିକାଙ୍କ ଘରକୁ ଫୋନ୍ କରି ଜଣାଇଥିଲେ । କିନ୍ତୁ ସେଠାରୁ କାହ୍ନୁ ଜେନା ନାମକ ଜଣେ ଯୁବକ ନାବାଳିକାଙ୍କୁ ବାହାରକୁ ବୁଲିବାକୁ କହି ଡାକି ନେଇଥିଲେ । ଏହା ପରେ ନାବାଳିକା ଜଣକ ସକାଳେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ନାମ୍ପୋ ଫାଣ୍ଡିରେ ଅଭିଯୋଗ କରିଥିଲେ । ପୋଲିସ କାହ୍ନୁ ଜେନାକୁ ଫାଣ୍ଡିକୁ ଆଣି ପଚରାଉଚରା କରି ଛାଡ଼ି ଦେଇଥିଲା ।
ଗତକାଲି ବର୍ତ୍ତନା ପଞ୍ଚାୟତ ରାସ୍ତା କଡ଼ ଜଙ୍ଗଲରୁ ନାବାଳିକାଙ୍କ ଦରପୋଡ଼ା ଗଳିତ ମୃତଦେହ ପୋଲିସ ପାଇଥିଲା । ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି । ପୋଲିସ ଅଭିଯୁକ୍ତ କାହ୍ନୁ ଜେନାକୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ।
📲Get App