🔥 TRENDING નર્મદા જિલ્લાના શ્રમિકો માટે ખુશખબર! હ... मनोज तिवारी निभाएंगे केवट की भूमिका, प... বাগনানের পুজো দেখার জমজমাটি ভিড় बड़ौत में खिदमत फाउंडेशन द्वारा तीसरे... ಡಿ.ಎಂ. ಮಕನದಾರ ಅವರಿಗೆ ಅಂತರರಾಷ್ಟ್ರೀಯ ಮಾನ... मुख्य चुनाव आयुक्त के इस्तीफे की मांग:...
16 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

ବିଜେଡି ଛାଡ଼ି ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ

✍️ Reporter: Deepak Mahapatra 🗓 16 Oct 2026, 01:00 PM 👁 19
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ମୟୂରଭଞ୍ଜ ଜିଲ୍ଲା ଉଦଳା ରାଜନୀତିରେ ବଡ଼ ହଟଚମଟ। ବିଜେଡି ଛାଡି ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷ କାହ୍ନୁଚରଣ ସୋରେନ୍‌। ତାଙ୍କ ସହିତ ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସିରୁ ସୋରେନ୍ ବିଜେପିରେ ମିଶିଛନ୍ତି।
ଉଦଳାରେ ବିଜେପି ପକ୍ଷରୁ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହି ଦୁଇ ନେତା ସେମାନଙ୍କ ସମର୍ଥକଙ୍କ ସହିତ ଦଳରେ ସାମିଲ ହୋଇଥିଲେ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ସ୍ଥାନୀୟ ବିଧାୟକ ଭାସ୍କର ମଢେଇଙ୍କ ଉପସ୍ଥିତି ସେମାନେ ବିଜେପିରେ ମିଶିଥିଲେ।
ସେହିପରି କପ୍ତିପଦା, ଉଦଳା ଓ ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳର ୨୦ରୁ ଅଧିକ ସରପଞ୍ଚ, ସମିତି ସଭ୍ୟଙ୍କ ସହିତ ବିଭିନ୍ନ ରାଜନୀତିକ ଦଳର ୪ଶହରୁ ଅଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ନୀତି, ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ସେମାନେ ବିଜେପିରେ ମିଶିଥିବା କହିଛନ୍ତି।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ବିଜେଡି, କଂଗ୍ରେସ ଓ ଜେଏମ୍‌ଏମ୍‌ର ପ୍ରମୁଖ ନେତାମାନେ ଆମ ଦଳରେ ସାମିଲ ହୋଇଛନ୍ତି। ଦଳ ଆଗାମୀ ଦିନରେ ଆହୁରି ମଜବୁତ ହେବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ମ୍ୟୁନିସିପାଲିଟି ଓ ଏନ୍‌ଏସି ନିର୍ବାଚନରେ ଆମେ ଜୋରଦାର ଲଢ଼େଇ କରିବୁ।
📲Get App