🔥 ट्रेंडिंग गुजरात के मुख्यमंत्री भूपेंद्र पटेल ने... विधायक संजय जाटव ने वार्ड नंबर 15 का द... गुजरात ने बेत द्वारका कॉरिडोर की घोषणा... बिहार के सीएम सम्राट चौधरी ने जिला अस्... वर्ल्ड स्पाइन डे: कमर दर्द से दांपत्य... जयपुर में मेडिकल उत्पादों की बड़ी जाँच...
16 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ପଂଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ, ଗୋଟିଏ ପରିବାର ପାଇଁ ରହିବ ସମାନ ବୁଥ୍
राजनीति

ପଂଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ୨୬ରୁ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ, ଗୋଟିଏ ପରିବାର ପାଇଁ ରହିବ ସମାନ ବୁଥ୍

✍️ रिपोर्टर: Deepak Mahapatra 🗓 16 अक्टू. 2026, 01:22 PM 👁 17
शेयर करें: 💬 WhatsApp 📘 Facebook 𝕏 Post
ଚଳିତମାସ ୨୬ ତାରିଖରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରାଯିବ। ଏହି ସର୍ଭେ ଶେଷ ହେବାପରେ ୨୦୨୭ ମସିହା ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଓ ଦାବି-ଆପତ୍ତି ଶୁଣାଣି ପରେ ଫେବୃଆରୀ ୧୦ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକାକୁ ନିର୍ଭୁଲ ଓ ସଂଗଠିତ କରିବା ଲକ୍ଷ୍ୟରେ ଚଳିତମାସ ୨୬ ତାରିଖରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର ବୁଲି ସର୍ଭେ କରାଯିବ। ଏହି ସର୍ଭେ ଶେଷ ହେବାପରେ ୨୦୨୭ ମସିହା ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ଓ ଦାବି-ଆପତ୍ତି ଶୁଣାଣି ପରେ ଫେବୃଆରୀ ୧୦ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି।
ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଢ଼ୀ କହିଛନ୍ତି ଯେ, ଏହି ସର୍ଭେ ଚଳିତମାସ ୨୬ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୭ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପରିଚାଳନା କରିବା ପାଇଁ ବୁଥସ୍ତରୀୟ ଅଧିକାରୀ (ବିଏଲଓ), ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ଜଳସାଥୀ ଓ ସ୍ୱଚ୍ଛସାଥୀଙ୍କୁ ନିୟୋଜିତ କରାଯିବ। ସେମାନେ ପ୍ରତ୍ୟେକ ଘରକୁ ଯାଇ ପରିବାରର ଯୋଗ୍ୟ ଭୋଟରଙ୍କ ତଥ୍ୟ ଯାଂଚ ଓ ସଂଗ୍ରହ କରିବେ। ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ), ସୁପରଭାଇଜର, ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ଓ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ) ଏହି ସମଗ୍ର ପ୍ରକ୍ରିୟାର ତଦାରଖ ଦାୟିତ୍ୱ ତୁଲାଇବେ।
ଏହି ସର୍ଭେ ମାଧ୍ୟମରେ ଗୋଟିଏ ପରିବାରର ସମସ୍ତ ଭୋଟର ଯେପରି ଗୋଟିଏ ନିର୍ଦ୍ଦିଷ୍ଟ ବୁଥ୍ ଓ ସମାନ ୱାର୍ଡରେ ମତଦାନ କରିପାରିବେ, ତାହା ସୁନିଶ୍ଚିତ କରାଯିବ। ଭୋଟରଙ୍କ ସୁବିଧାକୁ ପ୍ରାଥମିକତା ଦେବା ପାଇଁ ଏହି ସର୍ଭେ କରାଯାଉଛି। ସେଥିପାଇଁ ପ୍ରତି ପରିବାରକୁ ଏକ ସ୍ୱତନ୍ତ୍ର ଘର ନମ୍ବର ଦିଆଯିବ ଓ ପରିବାରର ସମସ୍ତ ଭୋଟରଙ୍କୁ ସେହି ନମ୍ବର ସହ ଯୋଡ଼ାଯାଇ ତାଲିକାରେ କ୍ରମାନ୍ୱୟରେ ରଖାଯିବ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନିରପେକ୍ଷ ଓ ଲୋକାଭିମୁଖୀ କରିବା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ବୁଥସ୍ତରୀୟ ଏଜେଣ୍ଟ ନିୟୋଜିତ କରିବାକୁ ଶ୍ରୀ ପାଢ଼ୀ ଆହ୍ୱାନ ଦେଇଛନ୍ତି।
ସର୍ଭେ ଶେଷ ହେବାପରେ ଆସନ୍ତାବର୍ଷ ଜାନୁୟାରୀ ୧ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହି ତାଲିକା ପ୍ରକାଶିତ ହେବାପରେ ଭୋଟରମାନେ ନିଜ ନାମ ଓ ବିବରଣୀ ଯାଂଚ କରିବାର ସୁଯୋଗ ପାଇବେ। ଯଦି ତାଲିକାରେ କୌଣସି ଭୁଲ୍ ଥାଏ କିମ୍ବା ନୂଆ ନାଁ ଯୋଡ଼ିବା ଅବା ବାଦ୍ ଦେବାର ଆବଶ୍ୟକତା ଥିବ, ତେବେ ସେଥିପାଇଁ ୨୦ଦିନର ସମୟସୀମା ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ।
ନାମ ଯୋଡ଼ିବା ଓ ସଂଶୋଧନ ପାଇଁ ଗ୍ରାମାଂଚଳରେ ଫର୍ମ-୧୬ ଓ ସହରାଂଚଳରେ ଫର୍ମ-ଆଇଆଇଆଇ ଓ ମହାନଗର ନିଗମ ଅଂଚଳରେ ଫର୍ମ-ଭିଆଆଇରେ ଆବେଦନ କରିବାକୁ ପଡ଼ିବ। ସେହିପରି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ୍ ଦେବା ପାଇଁ ଆପତ୍ତି ଜଣାଇବାକୁ ହେଲେ ଗ୍ରାମାଂଚଳରେ ଫର୍ମ-୧୭, ସହରାଂଚଳ ଓ ମହାନଗର ନିଗମ ଅଂଚଳରେ ଭିନ୍ନ ଭିନ୍ନ ଫର୍ମ ବ୍ୟବହାର କରିବାକୁ ପଡ଼ିବ।
ନିର୍ଦ୍ଧାରିତ ସମୟ ମଧ୍ୟରେ ମିଳିଥିବା ସମସ୍ତ ଦାବି ଓ ଆପତ୍ତିକୁ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ଯାଂଚ କରି ଆବଶ୍ୟକୀୟ ପଦକ୍ଷେପ ନେବେ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ୨୦୨୭ ଫେବୃଆରୀ ୧୦ ତାରିଖରେ ରାଜ୍ୟ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଆଗାମୀ ନିର୍ବାଚନକୁ ସଫଳତାର ସହ ପରିଚାଳନା କରିବାକୁ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ ଓ ଉପସଚିବ ଦୁର୍ଗା ଚରଣ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ।
📲Get App