Education
ଫଳାଫଳ ଆସିବା ପରେ ହାଇଡ୍ରାମା; ପୁଣି ହେଲା ଗଣତି
ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସିବା ପରେ ବରଗଡ଼ ଜିଲ୍ଲା ବରପାଲି କଲେଜ ସମ୍ମୁଖରେ ଗତକାଲି ରାତିରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏଠାରେ ୧୪ଟି ପଦରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ୧୨ଟିରେ ଜିତିଥିବା ବେଳେ ସଭାପତି ସମେତ ୨ଟି ପଦରେ ହାରିଯାଇଥିଲା। ସଭାପତି ପଦ ହାତେଇ ଥିଲା ବିଜୁ ଛାତ୍ର ଜନତା ଦଳ (BCJD)। ଆଉ ଏହାକୁ ନେଇ କଲେଜ ସମ୍ମୁଖରେ ପ୍ରତିବାଦ କରିଥିଲେ ଏବିଭିପିକୁ ସମର୍ଥନ କରୁଥିବା ଶିକ୍ଷାର୍ଥୀ ଓ ଏହାର ସମସ୍ତ ପ୍ରାର୍ଥୀ।
୧୨ଟିରେ ସେମାନଙ୍କ ପ୍ରାର୍ଥୀ ଜିତିଥିବା ବେଳେ ସଭାପତି ପଦ କିପରି ବିସିଜେଡି ହାତକୁ ଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ। ତା’ ସହିତ ବିସିଜେଡି ସଭାପତି ପ୍ରାର୍ଥୀଙ୍କ କାକା ଗଣତି ବେଳେ ଭିତରେ ଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ। ତେଣୁ ସେମାନେ ପୁନଃ ଗଣତି ପାଇଁ ଦାବି କରିଥିଲେ। ପ୍ରଶାସନ ଉପସ୍ଥିତିରେ ପୁଣି ଗଣତି ହୋଇଥିବା ବେଳେ ଫଳାଫଳ ଠିକ୍ ଥିବା ବୋଲି ଜଣାପଡ଼ିଥିଲା। ଏହା ସତ୍ତ୍ୱେ କିଛି ସମୟ ଧରି କଲେଜ ଗେଟ୍ ଆଗରେ ଉତ୍ତେଜନା ସୃଷ୍ଟି ହୋଇଥିଲେ ହେଁ ପୁଲିସ ଏହାକୁ ନିୟନ୍ତ୍ରଣ କରିଥିଲା। କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ କଲେଜ ପରିସରରେ ପୁଲିସ ମୁତୟନ କରାଯାଇଛି।
ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ମଧ୍ୟ ବାଜି ମାରିଛି ବିଜୁ ଛାତ୍ର ଜନତା ଦଳ। ଏହାର ପ୍ରାର୍ଥୀ ଅବିନାଶ ନାଗ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ୍ ୧୨୫୭ ଜଣ ଭୋଟ୍ ଦେଇଥିବା ବେଳେ ତାଙ୍କୁ ମିଳିଥିଲା ୬୮୧ ଖଣ୍ଡ ଭୋଟ୍। ସେହିପରି ABVP ପ୍ରାର୍ଥୀଙ୍କୁ ୩୭୭ ଖଣ୍ଡ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୧୯୩ ଖଣ୍ଡ ଭୋଟ୍ ମିଳିଥିଲା। BCJD ପ୍ରାର୍ଥୀ ଅବିନାଶ ନାଗ ୩୦୪ ଖଣ୍ଡ ଭୋଟରେ ଏବିଭିପି ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ। ସଭାପତି ପଦ ହାତେଇବା ପରେ କଲେଜ ସମ୍ମୁଖରେ ବିସିଜେଡି ପକ୍ଷରୁ ସେଲିବ୍ରେସନ କରାଯାଇଥିଲା। ପଞ୍ଚାୟତ ମହାବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ଭାବେ ହୋଇଥିଲା ନିର୍ବାଚନ।