🔥 TRENDING Hassan District Commissioner and SP di... Former Minister Ramesh Jarkiholi Meets... સાબરકાંઠા: પોશીના પોલીસે કપાસની આડમાં... মন্ত্রী শ্রীযুক্ত দিলীপ ঘোষ মহাশয় চন্... IAS Officer Appointed Collector of Ind... Asiad trap shooting medallist Neeru Dh...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ଓଡାପଡ଼ା କଲେଜରେ ନିର୍ବାଚନ ସ୍ଥଗିତ, ସାଇନ ଏ ଡାଏ ଘୋଷଣା

✍️ Reporter: Deepak Mahapatra 🗓 15 Oct 2026, 01:40 PM 👁 20
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଛାତ୍ର ସଂସଦ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ନିବାଚନକୁ ସ୍ଥଗିତ ରଖାଯାଇ ସାଇନ ଏ ଡାଏ ଘୋଷଣା କରାଯାଇଛି।
ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ ଆଜି ଦିନ ୧୧ଟା ୧୦ରୁ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ସେହିପରି ଆସନ୍ତାକାଲି ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ଉଲ୍ଲେଖ କରାଯାଇଛି। ତେବେ ଏଭଳି ପଦକ୍ଷେପ ପଛର କାରଣ ସେଥିରେ ଉଲ୍ଲେଖ କରାଯାଇ ନାହିଁ।
ସୂଚନା ଅନୁଯାୟୀ, ଓଡ଼ାପଡ଼ା କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ସଭାପତି ପଦରେ ଏବିଭିପିରୁ ଟୁନା ରାଉତ ପ୍ରାର୍ଥୀ ହୋଇଥିଲେ। ତେବେ ସେ ନିଖୋଜ ଥିବା ନେଇ ଏକ ଛାତ୍ର ଗୋଷ୍ଠୀ ପ୍ରଶାସନକୁ ଲିଖିତ ଭାବରେ ଜଣାଇଥିଲେ। ପରେ ଏହାକୁ ନେଇ ମହାବିଦ୍ୟାଳୟ ସମ୍ମୁଖରେ ଆଜି ଏବିଭିପି ସହିତ କିଛି ଛାତ୍ର କିଛି ସମୟ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେଣୁ କଲେଜ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଯାହାକୁ ନେଇ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖି ସାଇନ ଏ ଡାଏ ଘୋଷଣା କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଅନ୍ୟପଟେ ଏବିଭିପି ପକ୍ଷରୁ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ଟୁନା ରାଉତ ସୋଶାଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ରାଜନୀତି କରାଯାଉଥିବାରୁ ପରିବାର ଲୋକଙ୍କ ଚାପରେ ସେ ନିର୍ବାଚନ ଲଢିବାକୁ ଚାହୁଁ ନଥିବା ସେଥିରେ କହିଛନ୍ତି।
📲Get App