🔥 TRENDING बस्तर संभाग में #SevaSankalpAbhiyan के... ਪੰਜਾਬ 'ਚ 21 ਅਕਤੂਬਰ ਤੋਂ ਬੱਸਾਂ ਦੀ ਹੜਤਾਲ फार्म पॉन्ड से किसानों को मिली सिंचाई... शिवपुरी में ओबीसी आरक्षण के समर्थन में... કાંકરેજ તાલુકામાં ભાજપની ટિફિન બેઠક યો... मधुबनी में एनडीए उम्मीदवारों के समर्थन...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
ଏସ୍ଆଇ ପରୀକ୍ଷା ଅନିୟମିତତା, ୧୨ଟି ସ୍ଥାନରେ ପୁଣି ଇଡିର ଚଢ଼ଉ
Crime

ଏସ୍ଆଇ ପରୀକ୍ଷା ଅନିୟମିତତା, ୧୨ଟି ସ୍ଥାନରେ ପୁଣି ଇଡିର ଚଢ଼ଉ

✍️ Reporter: Deepak Mahapatra 🗓 15 Oct 2026, 03:58 PM 👁 11
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ପୋଲିସ ସବ୍ ଇନସ୍ପେକ୍ଟର୍ ପରୀକ୍ଷା ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପୁଣି ଥରେ ଚଢ଼ଉ ପ୍ରକ୍ରିୟା ଆରମ୍ଭ କରିଛି । ଗୁରୁବାର ମନି ଲଣ୍ଡ୍ରିଂ ମାମଲାରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୋଟ ୧୨ଟି ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଉଛି । ସିଲିକନ୍ ଟେକ୍ ଲ୍ୟାବ୍, ପଞ୍ଚସଫ୍ଟ ଟେକ୍ନୋଲୋଜି ଓ ପିଏସଆଇଏଲ୍ ଇଣ୍ଟରନେସନାଲ୍ ସହିତ ଜଡ଼ିତ ସ୍ଥାନରେ ଗୁଡ଼ିକରେ ଚଢ଼ଉ ହେଉଛି ।
ଇଡି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବୈଦ୍ୟୁତିକ ଉପକରଣ ଏବଂ ବିଭିନ୍ନ ରେକର୍ଡ ଯାଞ୍ଚ କରୁଛି । ଏସ୍ଆଇ ପରୀକ୍ଷାରେ ଦଲାଲମାନେ ପ୍ରତି ପରୀକ୍ଷାର୍ଥୀଙ୍କ ପିଚ୍ଛା ୧୫ରୁ ୩୦ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଦେବା ନେଇ ପ୍ରତିଶ୍ରୁତି ଦିଆଯାଇଥିବାର ଅଭିଯୋଗ ହୋଇଥିଲା । ଏହି ଆର୍ଥିକ କାରବାର ନେଇ ଇଡି ଘାଣ୍ଟୁଛି । ଏହି ଦୁର୍ନୀତି ସହ ଜଡ଼ିତ ଆର୍ଥିକ କାରବାର, ଅର୍ଥର ଉତ୍ସ ଏବଂ ଏଥିରୁ ମିଳିଥିବା ଟଙ୍କାର ସମ୍ଭାବ୍ୟ ବ୍ୟବହାର ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ପ୍ରଶ୍ନପତ୍ର ଯୋଗାଇ ଦେବା ବଦଳରେ ସଂଗୃହୀତ ହୋଇଥିବା ଟଙ୍କା କେଉଁ ମାଧ୍ୟମରେ ହସ୍ତାନ୍ତର କରାଯାଇଥିଲା, ତାହା ନିର୍ଦ୍ଧାରଣ କରିବା ପାଇଁ ମଧ୍ୟ ତଦନ୍ତକାରୀ ସଂସ୍ଥା କାର୍ଯ୍ୟ କରୁଛି।
ଗତ ୯ ତାରିଖ ଦିନ ମଧ୍ୟ ଇଡି ୧୦ଟି ଠିକଣାରେ ଚଢ଼ଉ କରିଥିଲା । ଓଡ଼ିଶା ଏବଂ କୋଲକାତାରେ ଇଡି ଚଢ଼ଉ କରିଥିଲା । ମୁଖ୍ୟ ଦଲାଲ ମୁନା ମହାନ୍ତି, ପଞ୍ଚସଫ୍ଟ ଟେକ୍ନୋଲୋଜି କମ୍ପାନୀର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକଲାବର ପରିଚାଳନା ନିର୍ଦ୍ଦେଶକ ସୁରେଶ ନାୟକଙ୍କ କାର୍ଯ୍ୟାଳୟ ସହିତ ବାସଭବନରେ ଚଢ଼ଉ ହୋଇଥିଲା । ଏହି ମାମଲାରେ ସିବିଆଇ ମଧ୍ୟ ତଦନ୍ତ ଜାରି ରଖିଛି ।
📲Get App