🔥 ट्रेंडिंग मध्य प्रदेश ने MD, MS प्रवेश के लिए कॉ... डी.पी. ज्वैलर्स ने ब्रांड की पहचान बढ़... मध्य प्रदेश के स्पा कर्मचारियों ने सेव... પાવાગઢમાં ગુડ્સ રોપવેનો કેબલ તૂટ્યો, ટ... Donald Trump Orders 28 Advanced B-2 Bo... Kerala Synagogue Fire Suspected Extrem...
15 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ବଲାଙ୍ଗିର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଗିରଫ

✍️ रिपोर्टर: Deepak Mahapatra 🗓 15 अक्टू. 2026, 01:34 PM 👁 16
शेयर करें: 💬 WhatsApp 📘 Facebook 𝕏 Post
ବିଜୁ ଛାତ୍ର ଜନତା ଦଳ (BCJD)ର ବଲାଙ୍ଗିର ଜିଲ୍ଲା ସଭାପତି ସୁମନ ନନ୍ଦଙ୍କୁ ଗିରଫ କରିଛି ପୁଲିସ। ABVP ଛାତ୍ର ନେତାଙ୍କୁ ଅପହରଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ରାଜେନ୍ଦ୍ର ୟୁନିଭର୍ସିଟି ନିର୍ବାଚନକୁ ନେଇ ସେମାନେ ମୁହାଁମୁହିଁ ହୋଇଥିଲେ।
ସୁମନଙ୍କୁ ପୁଲିସ୍ ଗିରଫ କରିବା ପରେ ବଲାଙ୍ଗିର ଟାଉନ୍ ଥାନା ପାଖରେ ଉତ୍ତେଜନା ପ୍ରକାଶ ପାଇଛି। ଥାନା ଘେରାଉ କରିଛନ୍ତି ବିଜେଡି କର୍ମୀ।
କଲେଜ ନର୍ବାଚନକୁ ନେଇ ବଲାଙ୍ଗିର ସହରରେ ରାଜନୀତି ବେଶ୍ ଉଷ୍ମ ରହିଛି। ଗତକାଲି ସର୍କିଟ ହାଉସରେ ଏବିଭିପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ। ଆଜି ସେମାନଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା। ଏହାକୁ ନେଇ ବଲାଙ୍ଗିର ଟାଉନ ଥାନା ପୁଲିସ ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା ଓ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ଅଟକ ରଖିଥିଲା। ପରବର୍ତ୍ତୀ ସମୟରେ ସୁମନ ନନ୍ଦଙ୍କୁ ଗିରଫ କରାଯାଇଥିଲା।
📲Get App