🔥 ट्रेंडिंग गढ़मुक्तेश्वर रामलीला में सीता हरण और... लुधियाना में पंजाब बंद के दौरान युवक क... दिल्ली हाईकोर्ट में तिरंगा मार्च के प्... टीकमगढ़ रथ यात्रा में पंडित धीरेंद्र क... आज पूर्णिया स्थित जिला भाजपा कार्यालय... SC ਨੇ ਯਾਤਰੀਆਂ ਨੂੰ ਦਿੱਤੀ ਵੱਡੀ ਰਾਹਤ, ਰੇਲ...
15 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ଭୋଟ୍ ଗ୍ରହଣ ଚାଲିଥିବା ବେଳେ ନିର୍ବାଚନ ଦାୟିତ୍ୱରୁ ହଟିଲେ ଅଧ୍ୟାପିକା

✍️ रिपोर्टर: Deepak Mahapatra 🗓 15 अक्टू. 2026, 03:50 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ବେଳେ ନିର୍ବାଚନ ଦାୟିତ୍ୱରୁ ଜଣେ ଅଧ୍ୟାପିକାଙ୍କୁ ହଟାଇ ଦିଆଯାଇଛି। ଘଟଣାଟି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜରେ। ଏହି ଅଧ୍ୟାପିକାଙ୍କ ନାଁ ଦୁର୍ଗେଶ ନନ୍ଦିନୀ ସ୍ୱାଇଁ।
ସେ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ କଲେଜରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ ନିର୍ବାଚନ ଅଧାରୁ ଦାୟିତ୍ୱରୁ ଅନ୍ତର କରିଥିଲେ କର୍ତ୍ତୃପକ୍ଷ।
ପୁଲିସ ସହାୟତାରେ ଅଧ୍ୟାପିକା ଦୁର୍ଗେଶ ନନ୍ଦିନୀ ସ୍ୱାଇଁଙ୍କୁ କଲେଜ ପରିସରରୁ ବାହାରକୁ ନିଆଯାଇଥିଲା। ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।
📲Get App