🔥 TRENDING কিছুক্ষণের মধ্যে হলদিয়া পেট্রোকেমিক্য... मुंगरा बादशाहपुर: बिरगही ग्रामसभा में... Nagaland Lottery Results Announced: Wi... BJP Women MPs Meet President Murmu Ove... Nagaland Dear Lottery results released... German Delegation Meets Manipur Deputy...
14 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ଓଡ଼ିଶାରେ ହାଇସ୍କୁଲ ଶିକ୍ଷକଙ୍କ ନୂତନ କ୍ୟାଡର ରୁଲକୁ କ୍ୟାବିନେଟ୍ ଅନୁମୋଦନ: ସ୍ୱାଗତ କଲା ହିନ୍ଦୀ ଶିକ୍ଷକ ସଂଘ

✍️ Reporter: Deepak Mahapatra 🗓 14 Oct 2026, 01:14 PM 👁 11
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟର ଶିକ୍ଷକ ସମାଜ ପାଇଁ ଏକ ବଡ଼ ଏବଂ ଖୁସିର ଖବର ସାମ୍ନାକୁ ଆସିଛି। ଦୀର୍ଘ ୩୩ ବର୍ଷ ଧରି ଚାଲିଆସୁଥିବା ତ୍ରୁଟିପୂର୍ଣ୍ଣ ହାଇସ୍କୁଲ ଶିକ୍ଷକ କ୍ୟାଡର ନିୟମରେ ପରିବର୍ତ୍ତନ ଆଣି ରାଜ୍ୟ ସରକାର ଏକ ସମୟୋପଯୋଗୀ ଓ କାଳଜୟୀ ନୂତନ କ୍ୟାଡର ରୁଲ ପ୍ରସ୍ତୁତ କରିଛନ୍ତି। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନୂତନ ନିୟମକୁ ଆନୁଷ୍ଠାନିକ ଭାବେ ଅନୁମୋଦନ ମିଳିଛି।
ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପକୁ 'ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ' ପକ୍ଷରୁ ଭୂୟସୀ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି। ସଂଘର ସଭାପତି ଡ଼. ସୁମନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି ଫୁଲତୋଡ଼ ପ୍ରଦାନପୂର୍ବକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଲଳିତ ମୋହନ ସାହୁ, ଦୀପକ କୁମାର ଗୁରୁ, ଇପ୍ସିତା ରାଉଳ, ରାମ ପୃଷ୍ଟି ଏବଂ ପର୍ଶୁରାମ ଜେନା ପ୍ରମୁଖ ସାମିଲ ଥିଲେ।
ନୂତନ କ୍ୟାଡର ରୁଲର ମୁଖ୍ୟ ବିଶେଷତ୍ୱ
ଏହି ନୂତନ ନିୟମ ଅନୁଯାୟୀ, ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ସମସ୍ତ ଟିଜିଟି (TGT) ଶିକ୍ଷକମାନଙ୍କୁ ସମାନ ମାନ୍ୟତା ପ୍ରଦାନ କରାଯିବ। ସମସ୍ତ ଶିକ୍ଷକମାନଙ୍କୁ ଟିଜିଟି ଭାବେ ନିଯୁକ୍ତି ଭିତ୍ତିରେ ବରିଷ୍ଠତା ଏବଂ ପଦୋନ୍ନତିର ସୁଯୋଗ ମିଳିବ, ଯାହାକି ଦୀର୍ଘଦିନରୁ ବିବାଦୀୟ ଏବଂ ଅସମାହିତ ହୋଇ ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ କରିବ।
📲Get App