🔥 TRENDING Finance Ministry Issues GST Notices to... Major Oil Companies to Install 5,000 F... ਹੋਸ਼ਿਆਰਪੁਰ: ਪਰਵਿੰਦਰ ਸਿੰਘ ਝੋਟੇ ਦੇ ਕਤਲ ਖ... बौद्ध सुरक्षा संगठन ने राष्ट्रीय मुख्य... Senior BSF and Bangladesh Border Force... Narpatganj to Araria NH-27 Ki Haqeeqat
14 Oct 2026•
ગુજરાતી मराठी ਪੰਜਾਬੀ বাংলা
National

ନିଟ୍ ପେପର୍ ଲିକ୍ ମାମଲାର ତଦନ୍ତ ଶେଷ: ଚାର୍ଜସିଟ୍ ଦାଖଲ କଲା ସିବିଆଇ

✍️ Reporter: Deepak Mahapatra 🗓 14 Oct 2026, 01:24 PM 👁 13
Share: 💬 WhatsApp 📘 Facebook 𝕏 Post
ନୂଆଦିଲ୍ଲୀ: ଚଳିତ ବର୍ଷ ନିଟ୍- ୟୁଜି ପେପର୍ ଲିକ୍ (NEET-UG 2026)ମାମଲାରେ ସିବିଆଇ ତଦନ୍ତ ଶେଷ କରିଛି । ବୁଧବାର ସିବିଆଇ ରାଉଜ୍ ଆଭେନ୍ୟୁ ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପ୍ରଶ୍ନପତ୍ର ଲିକ୍ ମାମଲାରେ ୧୪ତମ ଅଭିଯୁକ୍ତ ଶେଷରାଓ ବଜରଙ୍ଗ ସୂର୍ଯ୍ୟବଂଶୀଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି। ଏହା ପୂର୍ବରୁ ସିବିଆଇ ଅନ୍ୟ ୧୩ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିସାରିଛି। କୋର୍ଟ ଏହି ମାମଲାର ଶୁଣାଣି ପାଇଁ ଅକ୍ଟୋବର ୨୨ ତାରିଖ ଧାର୍ଯ୍ୟ କରିଛନ୍ତି ଏବଂ ଅଭିଯୁକ୍ତଙ୍କୁ ଚାର୍ଜସିଟର ଏକ ନକଲ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଶେଷରାଓ ବଜରଙ୍ଗ ସୂର୍ଯ୍ୟବଂଶୀ ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଶୁଭମ୍ ଖୈରନାରଙ୍କ ସହଯୋଗୀ ଥିଲେ। ସୂର୍ଯ୍ୟବଂଶୀଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହେବା ସହିତ, ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ ସମ୍ବନ୍ଧୀୟ ଆଇନଗତ ପ୍ରକ୍ରିୟା ବର୍ତ୍ତମାନ ଆଗକୁ ବଢ଼ିବ। ଚାର୍ଜସିଟରେ ମୋଟ ୧୪ ଜଣ ବ୍ୟକ୍ତିଙ୍କୁ ସିବିଆଇ ଅଭିଯୁକ୍ତ ଦର୍ଶାଇଛି । ଯେଉଁମାନେ ପେପର୍ ଲିକ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମସ୍ତେ ଘରୋଇ ସଂସ୍ଥାର କର୍ମଚାରୀ ଅଭିଯୁକ୍ତ ଥିବାବେଳେ କୌଣସି ସରକାରୀ କର୍ମଚାରୀ ଏଥିରେ ସମ୍ପୃକ୍ତ ନ ଥିବା ସିବିଆଇ ସ୍ପଷ୍ଟ କରିଛି ।
ଚଳିତ ବର୍ଷ ମେ ମାସରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଅନୁଷ୍ଠିତ ହୋଇଥିଲା । କିନ୍ତୁ ପେପର୍ ଲିକ୍ ଖବର ଆସିବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସମ୍ପୂର୍ଣ୍ଣ ପରୀକ୍ଷାକୁ ବାତିଲ କରି ପୁନଃପରୀକ୍ଷା କରାଇଥିଲା। ଯାହାକୁ ନେଇ ଅନେକ ବିରୋଧ ପ୍ରଦର୍ଶନ ହୋଇଥିଲା ।
📲Get App