🔥 TRENDING ਕਈ ਸਕੂਲਾਂ, ਕਾਲਜਾਂ ਵਿਚ ਛੁੱਟੀ, ਪਰਵਿੰਦਰ ਝ... ભચાઉના કરમરિયા ગામે તળાવમાં ફસાયેલી વા... फारबिसगंज कॉलेज चौक पर अतिक्रमण: बाईपा... પત્નીએ 'ટીબી'નું બહાનું કાઢી પ્રેમી સા... श्रीकांत पाल रायपुर को भाजपा पिछड़ा वर... पूर्व मंत्री के ओएसडी को इंदौर-भोपाल ट...
14 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ

✍️ Reporter: Deepak Mahapatra 🗓 14 Oct 2026, 01:10 PM 👁 18
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁତଳା ରାଜସ୍ୱ ନିରୀକ୍ଷକ ଅଲନ ବେହେରା। ସେ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଜଣେ ବ୍ୟକ୍ତିଙ୍କ ଜମି କିସମ ବଦଳାଇବା ପାଇଁ ଲାଞ୍ଚ ମାଗିଥିଲେ ଆରଆଇ ଅଲନ ବେହେରା। ଜମି କିସମ ବଦଳାଇବା ପାଇଁ କ୍ଷେତ୍ର ପରିଦର୍ଶନ କରିବା ସହିତ ଏହି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ସେ ଲାଞ୍ଚ ମାଗିଥିଲେ।
ଆରଆଇ ଲାଞ୍ଚ ମାଗିବାରୁ କ୍ଷୁବ୍ଧ ହୋଇଥିଲେ ଅଭିଯୋଗକାରୀ। ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଉ ଯୋଜନା ପ୍ରକାରେ ଆରଆଇ ଶ୍ରୀ ବେହେରା ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେବା ପରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।
ଏନେଇ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଥାନାରେ ଆରଆଇ ଶ୍ରୀ ବେହେରାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।
📲Get App