🔥 ट्रेंडिंग फारबिसगंज से खवासपुर में दुर्गा पूजा क... जयनगर‑पटना रेल मार्ग के यात्रियों के ल... अकी आबे ने दिल्ली में राष्ट्रीय स्वयंस... छह नए गवर्नर नियुक्त: सुधा यादव और दुष... यूनियन मंत्री ज्योतिरादित्य स्किंदिया... यूनियन मंत्री स्किंदिया ने मिज़ोराम मे...
13 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଶବ ସତ୍କାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

✍️ रिपोर्टर: Deepak Mahapatra 🗓 13 अक्टू. 2026, 01:15 PM 👁 14
शेयर करें: 💬 WhatsApp 📘 Facebook 𝕏 Post
ଶବ ସତ୍କାର କରିବାକୁ ଯାଇଥିଲେ। କିନ୍ତୁ ନିଜେ ଶବ ହୋଇ ଫେରିଲେ। ଢେଙ୍କାନାଳର ଇଲେଇଜଙ୍ଗ ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ଅଲେଖ ନାୟକ। ତାଙ୍କୁ ୭୦ ବର୍ଷ ହୋଇଥିଲା।
ଘଟଣାଟି ଗତକାଲି ସନ୍ଧ୍ୟାର। ଗାଁରେ ଜଣଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଶବ ସତ୍କାରରେ ଯୋଗ ଦେଇଥିଲେ ବନ୍ଧୁବାନ୍ଧବଙ୍କ ସହିତ ଗାଁର କିଛି ଲୋକ। ସେମାନଙ୍କ ମଧ୍ୟରେ ଅଲେଖ ଥିଲେ। ଶବ ସତ୍କାର ଶେଷ ହେବା ପରେ ସେମାନେ ସମସ୍ତେ (ପ୍ରାୟ ୩୦ ଜଣ) ଘରକୁ ଫେରୁଥିଲେ। ହଠାତ୍ ଏକ ଦନ୍ତା ହାତୀ ସହିତ ସେମାନଙ୍କର ମୁହାଁମୁହିଁ ହୋଇଯାଇଥିଲା। ହାତୀ ସେମାନଙ୍କୁ ଗୋଡ଼ାଇଥିଲା। ଜୀବନ ବଞ୍ଚାଇବାକୁ ସମସ୍ତେ ଧାଇଁଥିଲେ। କିନ୍ତୁ ହାତୀ କବଳରୁ ନିଜକୁ ରକ୍ଷା କରିପାରି ନଥିଲେ ଅଲେଖ। ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା।
ସେହିପରି ହାତୀ କବଳରେ ପଡ଼ିଥିଲେ ଆଉ ଦୁଇ ଗ୍ରାମବାସୀ- ପଙ୍କଜ ନାୟକ ଓ ମଧୁ ନାୟକ। ତେବେ ହାତୀ ଆକ୍ରମଣରେ ସେମାନଙ୍କର ମୃତ୍ୟୁ ହୋଇନାହିଁ। ସେମାନେ ଆହତ ହୋଇଛନ୍ତି।
ଏହି ଘଟଣା ନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ। ଷଡ଼ଙ୍ଗୀ ରେଞ୍ଜର ରାକେଶ କୁମାର ଦଳେଇଙ୍କ ନେତୃତ୍ୱରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
📲Get App