स्थानीय
ଶ୍ରୀମନ୍ଦିର ଉପରେ ଭୋରୁ ଉଡ଼ିଲା ଡ୍ରୋନ୍
ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ବଡ଼ ପ୍ରଶ୍ନ ଉଠିଛି । ମାଳ ମାଳ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସତ୍ୱେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ିଛି । ମଙ୍ଗଳବାର ସକାଳ ମଙ୍ଗଳ ଆଳତୀ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ପ୍ରାଥମିକ ସୂଚନା ଅନୁସାରେ, ଆଜି ସକାଳେ ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇଥିଲା । ଭୋର୍ ୫ଟା ସମୟରେ ପତିତପାବନଙ୍କ ମଙ୍ଗଳ ଆଳତୀ ଚାଲିଥିବାବେଳେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ସୁରକ୍ଷାକର୍ମୀ ଉକ୍ତ ଡ୍ରୋନକୁ ଧରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଡ୍ରୋନ୍ କିଏ ଉଡ଼ାଉଥିଲା ଏବଂ ପୋଲିସ ତାହାକୁ ଜବତ କରିଛି ନାହିଁ ସେ ନେଇ କିଛି ସୂଚନା ମିଳିପାରିନାହିଁ । ସେପଟେ ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟିକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।