🔥 ट्रेंडिंग जालंधर कैंट में दुशहरे पर पंजाब प्रदेश... जमशेदपुर में गोकुल धाम सोसाइटी का पंडा... જુનાગઢના માંગરોળમાં નાગલિયા દેવની પૂજા... भारत के U20 रग्बी टीम का सामना न्यूज़ी... दिल्ली में 30 फुट का कीट-आकार का नक़ाब... बिहार के दुर्गा पूजा पंडाल पर विशाल की...
21 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ପରେ ନିର୍ବାଚନ ବାତିଲ୍

✍️ रिपोर्टर: Deepak Mahapatra 🗓 12 अक्टू. 2026, 12:04 PM 👁 47
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଅଧ୍ୟକ୍ଷଙ୍କୁ ହତ୍ୟା ଧମକ ପରେ ବାତିଲ ହେଲା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁସ୍ଥିତ ଜମ୍ବେଶ୍ୱର ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ।
ଗତକାଲି ନାମାଙ୍କନ ଦାଖଲ ପରେ ରାତିରେ କଲେଜରେ ଗଣ୍ଡଗୋଳ ହୋଇଥିଲା। ଏହାପରେ କଲେଜ ଅଧ୍ୟକ୍ଷଙ୍କୁ ଧମକଚମକ ଦିଆଯାଇଥିଲା । ଏମିତିକି ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହା ପରେ ଆଜି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି ।
ସେହିପରି ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯିବା ପରେ ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜରେ ସାଇଏ-ଏ-ଡାଏ ଘୋଷଣା କରାଯାଇଛି । ଅର୍ଥାତ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜକୁ ବନ୍ଦ କରାଯାଇଛି । ରାଜନୈତିକ ଅଶାନ୍ତି ଓ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଛି । ଆଜି ଅପରାହ୍ନ ୫ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯୋଗ୍ୟ ପ୍ରାର୍ଥୀ ନ ଥିବାରୁ ଏହି କଲେଜରେ ନିର୍ବାଚନକୁ ବାତିଲ କରାଯାଇଥିଲା ।
📲Get App