🔥 TRENDING હિંમતનગરમાં અંબિકા મિત્ર મંડળે બાળકોએ... वाराणसी के कैंट थाना में चोरी के दो अभ... ग्रामीण रुग्णालय टोकावडे येथे दसरा निम... Balaghat Dussehra: Ravana effigy ignit... Damoh Well Tragedy: Mother and Two Chi... Harsha Richharia slams Digvijay Singh'...
20 Oct 2026•
ગુજરાતી मराठी ਪੰਜਾਬੀ বাংলা
ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ୱାମୀଙ୍କ ପରେ ଆଖି ବୁଜିଲେ ସ୍ତ୍ରୀ
Local

ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ; ସ୍ୱାମୀଙ୍କ ପରେ ଆଖି ବୁଜିଲେ ସ୍ତ୍ରୀ

✍️ Reporter: Deepak Mahapatra 🗓 12 Oct 2026, 11:20 AM 👁 46
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ । ଗତକାଲି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କାଲି ସ୍ୱାମୀର ଓ ଆଜି ସ୍ତ୍ରୀର ମୃତ୍ୟୁ ଘଟିଛି । ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଚତରୀସାହି ଗାଁରେ ।
ଯଶିପୁର ଥାନା ଅସନବଣି ଗାଁର ଭଞ୍ଜ ସିର୍କା (୩୫) ସ୍ତ୍ରୀ ବିରାଙ୍ଗ ସିର୍କାଙ୍କ ସହିତ ଗୁରୁବାର ଦିନ ଶ୍ୱଶୁର ଘର ଚତରୀସାହି ଗାଁକୁ ଆସିଥିଲେ । ସେଠାରେ ସେମାନେ ତାଙ୍କ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେଇଥିଲେ ।
ଶୁକ୍ରବାର ଦିନ ପୂରା ପରିବାର ଭୋଜି ଖାଇ ଶୋଇ ଯାଇଥିଲେ । ପର ଦିନ ସକାଳରେ ଏହି ଦମ୍ପତିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ସେମାନଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଗତକାଲି ଭଞ୍ଜ ସିର୍କାଙ୍କର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମୃତ୍ୟୁ ଘଟିଥିଲା । ବିରାଙ୍ଗ ସିର୍କାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ରାଇରଙ୍ଗପୁର ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି । ଦମ୍ପତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
📲Get App