🔥 TRENDING केल्हारी थाना में शांति समिति की बैठक:... बीदर जिले के हुलगुत्ती गांव में अवैध श... देहरादून: अंतर्राष्ट्रीय बालिका दिवस प... एटा: मंडी समिति के पास ट्रैक्टर से गिर... विपक्ष के सुप्रीम कोर्ट मार्च पर सीजेआ... भागलपुर में 'विकसित भारत संकल्प सभा' म...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
ଶ୍ରୀମୟୀଙ୍କ 'ଓଡ଼ିଶା ଫାଇଲ୍ସ'; ଖୋଲିବ କି ଗୁମର, ପୁଣି ଟାର୍ଗେଟରେ ପାଣ୍ଡିଆନଙ୍କ କଳା କାରନାମା
Politics

ଶ୍ରୀମୟୀଙ୍କ 'ଓଡ଼ିଶା ଫାଇଲ୍ସ'; ଖୋଲିବ କି ଗୁମର, ପୁଣି ଟାର୍ଗେଟରେ ପାଣ୍ଡିଆନଙ୍କ କଳା କାରନାମା

✍️ Reporter: Deepak Mahapatra 🗓 12 Oct 2026, 11:48 AM 👁 15
Share: 💬 WhatsApp 📘 Facebook 𝕏 Post
ପୂର୍ବତନ ବରିଷ୍ଠ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣି ଥରେ କିଛି ଦିନର ବ୍ୟବଧାନ ପରେ ଭିନ୍ନ ଢଙ୍ଗରେ ଚର୍ଚ୍ଚାକୁ ଆସିଛନ୍ତି । ୨୪ ବର୍ଷର ବିଜେଡି ଶାସନର ପତନ ଓ ବିଜେଡିର ତଥାକଥିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ କଳା କାରନାମାକୁ ବେଶ୍ ଶାଣିତ ଢଙ୍ଗରେ ପଦାକୁ ଆଣି ଚର୍ଚ୍ଚାରେ ଥିବା ଶ୍ରୀମୟୀ ଏବେ ଏହି ରାଜନୈତିକ ବାସ୍ତବ କାହାଣୀକୁ ବଡ଼ ପରଦାରେ ଆଣୁଥିବା ଚର୍ଚ୍ଚା ହେଉଛି। ଆଜି ରାୟଗଡ଼ା ଠାରେ ବହୁଚର୍ଚ୍ଚିତ ସିନେମା 'ଦି ଓଡ଼ିଶା ଫାଇଲ୍ସ: ଦି ଅନଟୋଲ୍ଡ ଷ୍ଟୋରିଜ୍'ର ମହୁରତ୍ ହୋଇଛି। ଏହାର ଟ୍ୟାଗଲାଇନ୍ ରହିଛି 'ଷଡ଼ଯନ୍ତ୍ରର କଳା ଅଧ୍ୟାୟ', ଯାହା ବିଜେଡି ଶାସନର ପତନର କାରଣ, ପାଣ୍ଡିଆନଙ୍କ ଏକଚାଟିଆ ଆଧିପତ୍ୟ ଓ କଳା କାରନାମା ସହ ଜଡ଼ିତ କିଛି ବାସ୍ତବ କାହାଣୀ ଉପରେ ପର୍ଯ୍ୟବେସିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ବିଜେଡି ଶାସନ କାଳରେ ପାୱାର କରିଡରରେ ବେଶ୍ ପ୍ରଭାବଶାଳୀ ଥିବା ଶ୍ରୀମୟୀ ୨୪ ବର୍ଷର ନବୀନ ସରକାରର ପତନ କିଭଳି ଜଣେ ଅଣଓଡ଼ିଆ ଆଇଏଏସ୍ ଅଫିସରଙ୍କ ଅହଂକାର, ମନମାନି ଓ ଦଳୀୟ ସଂଗଠନ ଉପରେ ଏକଚାଟିଆ କବଜା ଯୋଗୁଁ ଧୂଳିସାତ ହୋଇଗଲା, ତାକୁ ଏହି ସିନେମାରେ ଦର୍ଶାଇବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି। ସେହି ଅନାଲୋଚିତ ସତ୍ୟ ଓ କ୍ଷମତା ପଛର କଳା ଅଧ୍ୟାୟକୁ ବଡ଼ ପରଦା ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ କରାଯାଉଥିବା କୁହାଯାଉଛି । ରାଜନୈତିକ ବାସ୍ତବ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ମାଧ୍ୟମରେ ପାଣ୍ଡିଆନଙ୍କ ସମସ୍ତ ଗୁମର ଖୋଲିବାକୁ ଯାଉଥିବା ଚର୍ଚ୍ଚା ଏବେ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି ।
ରାଜନୈତିକ ବିଶ୍ଳେଷକଙ୍କ ମତରେ, ଶ୍ରୀମୟୀଙ୍କ ଏହି ପଦକ୍ଷେପ କେବଳ ଅଭିନୟରେ ପାଦ ଥାପିବା ନୁହେଁ, ବରଂ ନିଜ ପୂର୍ବତନ ଦଳର ଶକ୍ତିଶାଳୀ କ୍ଷମତାକେନ୍ଦ୍ରଙ୍କ ବିରୋଧରେ ଏକ ଯୋଜନାବଦ୍ଧ ରାଜନୈତିକ ଆକ୍ରମଣ। ବଡ଼ ପରଦାରେ ପାଣ୍ଡିଆନଙ୍କ କାରନାମା ଓ ବିଜେଡି ପତନର ଏହି ଷଡ଼ଯନ୍ତ୍ର କାହାଣୀ ସାମ୍ନାକୁ ଆସିଲେ, ତାହା ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଆଉ ଏକ ବଡ଼ ବିସ୍ଫୋରଣ ଘଟାଇବା ଏକପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା।
ସିଦ୍ଧି ପ୍ରଡକ୍ସନ୍ସ ବ୍ୟାନରରେ ଅନ୍ବେଷା ରଥଙ୍କ ପ୍ରଯୋଜିତ ଏବଂ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଶୁଭାରମ୍ଭ ଆଜି ରାୟଗଡ଼ାର ମା' ମାଝୀଘରିଆଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରସାଦ ତ୍ରିବେଣୀ ରିସୋର୍ଟରେ ଅନୁଷ୍ଠିତ ହୋଇଛି। ମଳୟ ମିଶ୍ରଙ୍କ ସଙ୍ଗୀତ ସଂଯୋଜନାରେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଶ୍ରୀମୟୀ ମିଶ୍ର ଏକ ଦମଦାର ଚରିତ୍ରରେ ନଜର ଆସୁଥିବା ବେଳେ ଖୁବ୍ ଶୀଘ୍ର ରାୟଗଡ଼ା, କୋରାପୁଟ, ଭୁବନେଶ୍ୱର ଓ କଟକରେ ଏହାର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
📲Get App