शिक्षा
ୟୁକେ ମହାବୀର କଲେଜରେ ସାଇନ୍ ଏ ଡାଏ ଘୋଷଣା
କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ୟୁକେ ମହାବୀର କଲେଜରେ ନିର୍ବାଚନ ବାତିଲ । ପରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ସାଇନ୍ ଏ ଡାଏ ଘୋଷଣା କରିଛନ୍ତି ।
ଗତକାଲି ଛାତ୍ର ସଂସଦ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ବିଜୁ ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ବିବାଦ ଦେଖାଦେଇଥିଲା । ବିସିଜେଡି ସମର୍ଥୀତ ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଏହାପରେ ଦୀପଙ୍କର ଅସୁସ୍ଥ ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ପରେ ରାଜନଗର ବିଧାୟକ ଧୃବ ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଦୀପଙ୍କରଙ୍କ ସୁରକ୍ଷା ଦାବିକରି ସମର୍ଥକମାନଙ୍କ ସହିତ ଧାରଣାରେ ବସିଥିଲେ । ଫଳରେ ଛାତ୍ର ଅଶାନ୍ତିକୁ ନଜରରେ ରଖି କଲେଜ ଅଧ୍ୟକ୍ଷ ନିର୍ବାଚନ ବାତିଲ ସହିତ କଲେଜକୁ ସାଇନ୍ ଡାଏ ଘୋଷଣା କରିଛନ୍ତି ।