Education
ଦେବଗଡ଼ ମହାବିଦ୍ୟାଳୟରେ ସାଇନ୍ ଏ ଡାଏ ଘୋଷଣା
ଦେବଗଡ଼ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେବଗଡ଼ ମହାବିଦ୍ୟାଳୟରେ ଉତ୍ତେଜନା ଦେଖାଯିବା ପରେ ସାଇନ ଏ ଡାଏ ଘୋଷଣା କରାଯାଇଛି।
ନିର୍ବାଚନରେ ଏବିଭିପି ସମର୍ଥିତ ୪ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥିପତ୍ର ଜାଣିଶୁଣି ନାକଚ କରାଯାଇଥିବା ଅଭିଯୋଗ କରି ଆଜି ବିରୋଧ ପ୍ରଦର୍ଶନ କରିଥିଲେ ଏବିଭିପିକୁ ସମର୍ଥନ କରୁଥିବା ଛାତ୍ରଛାତ୍ରୀ। ଏହି ଘଟଣାକୁ ନେଇ ମହାବିଦ୍ୟାଳୟ ପରିସରରେ ଅସନ୍ତୋଷ ଓ ଉତ୍ତେଜନା ଦେଖାଦେଇଥିଲା।
ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ପ୍ରଧାନ ସାଇନ୍ ଏ ଡାଏ ଘୋଷଣା କରିଛନ୍ତି। ଦେବଗଡ଼ ଥାନା ପୁଲିସ ସ୍ଥିତି ଉପରେ ନଜର ରଖିଛି।