🔥 TRENDING ધાનપુર તાલુકામાં વિકાસકાર્યોમાં કથિત ભ... सांसद डॉ.महेश शर्मा जी व विधायक पंकज स... ଅନୁଦାନ ନୀତି ଘୋଷଣାରେ ବିଳମ୍ବ: ଭୁବନେଶ୍ୱର... जालौन पुलिस को मिला प्रशिक्षित ट्रेकर... गुरुग्राम के शीतला माता मंदिर में उमड़... साहेबगंज #राजेपुर चौक के पास बिजली के...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ

✍️ Reporter: Deepak Mahapatra 🗓 12 Oct 2026, 11:50 AM 👁 15
Share: 💬 WhatsApp 📘 Facebook 𝕏 Post
ଗ୍ୟାସ ଲିକ୍ ହୋଇ ଜଳିଗଲା ଶିଶୁ କନ୍ୟା। ନିଆଁ ଲିଭାଇବାକୁ ଯାଇ ଗୁରୁତର ବାପାମାଆ । ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ରୋଷେଇ କରୁଥିବାବେଳେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିବାର ସୂଚନା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରାବଳ ଗାଁରେ ।
ଅରାବଳ ଗ୍ରାମର ଦଳିତ ସାହିରେ ବାସ କରୁଥିଲେ ଅଭିରାମ ମଲିକ୍ । ଆଜି ସକାଳୁ ତାଙ୍କ ଘରେ ରୋଷେଇ କରୁଥିବାବେଳେ ଗ୍ୟାସ୍ ଲିକ୍ ହୋଇ ପରେ ନିଆଁ ଲାଗିଯାଇଥିଲା। ବାପ ମାଆ ଦୁହେଁ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ନିଆଁ ସଂସ୍ପର୍ଶରେ ଆସି ଚାରିବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି । ବାପା ମାଆଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରିଥିଲେ ।
ପ୍ରାଥମିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତାର କରାଯାଇଛି ।
📲Get App