Local
ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ନବଦିନବ୍ୟାପୀ 'ଗୁପ୍ତ ଗୁଣ୍ଡିଚା ଯାତ୍ରା': ରଥାକୃତି ବିମାନରେ ନାରାୟଣୀ ମନ୍ଦିର ଗଲେ ଦୁର୍ଗାମାଧବ
Watch on:
▶️ YouTube
ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ନବଦିନବ୍ୟାପୀ 'ଗୁପ୍ତ ଗୁଣ୍ଡିଚା ଯାତ୍ରା'। ପରମ୍ପରା ଅନୁଯାୟୀ ପ୍ରଭୁ ଦୁର୍ଗା ମାଧବ ଏକାଠି ରଥାକୃତି ବିମାନରେ ବସି ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ଯାତ୍ରା କରିଛନ୍ତି। ଶ୍ରୀକ୍ଷେତ୍ର ଶାକ୍ତ ପରମ୍ପରାର ଏକ ପ୍ରଧାନ ପୀଠ ହୋଇଥିବା ବେଳେ ଏଠାରେ ଦୁର୍ଗା ଓ ମାଧବଙ୍କୁ ଏକାଠି ଉପାସନା କରାଯିବାର ଏହି ଅନନ୍ୟ ବିଧି ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ।
କାହିଁକି କରାଯାଏ ଗୁପ୍ତ ଗୁଣ୍ଡିଚା ଯାତ୍ରା?
ପ୍ରଚଳିତ ଲୋକକଥା ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଠାକୁର ଓ ମା’ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ଯାତ୍ରାକୁ ବିଜେ କଲାବେଳେ ମା’ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିଲେ। ଏହି ବିରହ ଓ କଥାକୁ ଆଧାର କରି ମା’ଙ୍କ ସନ୍ତୋଷ ଓ ପରମ୍ପରା ରକ୍ଷା ପାଇଁ ଏହି ଗୁପ୍ତ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିଠାରୁ ଏହି ଯାତ୍ରାର ଶୁଭାରମ୍ଭ ହୋଇଥାଏ।
ନୀତିକାନ୍ତି ଓ ପୂଜାର୍ଚ୍ଚନା
ଶାରଦୀୟ ପୂଜା ଅବସରରେ ସର୍ବତ୍ର ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଏକତ୍ର ପୂଜା ପାଇବାର ବିଧି ରହିଛି। ଷୋଳପୂଜାର ପ୍ରଥମ ୮ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିର ପରିସରରେ ପୂଜା ପାଆନ୍ତି।
ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ଦଶହରା ପର୍ଯ୍ୟନ୍ତ ଏମାନେ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ଯାତ୍ରା କରନ୍ତି। ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ଭଣ୍ଡାର ଘର ଦ୍ବାରରେ ରୁନ୍ଧା ହୋଇଥିବା ଦୁର୍ଗାମାଧବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ଜୟବିଜୟ ଦ୍ବାର ଦେଇ ଝୁଲଣ ମଣ୍ଡପ ନିକଟ ବିମାନ ରଥକୁ ବିଜେ କରିଥିଲେ। ନାରାୟଣୀଙ୍କ ପୀଠରେ ଦୁର୍ଗାମାଧବଙ୍କୁ କର୍ପୂର ଜଳ ଲାଗି ଏବଂ ମାଣ୍ଡୁଅ ଭୋଗ ଅର୍ପଣ କରାଯାଇ ବନ୍ଦାପନା ନୀତି ସମ୍ପନ୍ନ ହୋଇଥିଲା। ପରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ବାହୁଡ଼ା ବିଜେ କରିଛନ୍ତି।