🔥 TRENDING Rainfall deficit of up to 59% in 12 Ma... Rajasthan scrubs educational qualifica... સુરતમાં નાગરિકે જન્મદિવસની અનોખી રીતે... विकलांग दम्पति से 1.84 लाख की धोखाधड़ी... અમરેલી: યુવક પર ડોક પકડી માર માર્યા બા... पुलिस अधीक्षक डॉ. संजय कुमार अग्रवाल क...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ତଣ୍ଟି ଉପରେ ଛିଡା ହୋଇ ସ୍ୱାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ପୁଅଝିଅ ସାମିଲ

✍️ Reporter: Deepak Mahapatra 🗓 09 Oct 2026, 12:44 PM 👁 23
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ସ୍ୱାମୀ ମଦ୍ୟପାନ କରି ସ୍ତ୍ରୀ ଆଉ ପିଲାଛୁଆଙ୍କ ସହ ଝଗଡ଼ା କଲେ । ଶୋଇ ପଡ଼ିଥିବାବେଳେ ସ୍ୱାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇଗଲେ ସ୍ତ୍ରୀ । ଏଭଳି ଏକ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗାଁରେ । ମୃତକଙ୍କ ନାମ ନିରଞ୍ଜନ ସାହୁ । ଅଭିଯୁକ୍ତ ତଥା ତାଙ୍କ ସ୍ତ୍ରୀଙ୍କର ନାମ ମନୋରମା ସାହୁ ।
ଗତକାଲି ବିଳମ୍ୱିତ ରାତିରେ ନିରଞ୍ଜନ ମଦ ପିଇ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ସ୍ତ୍ରୀ ଓ ପୁଅଝିଅଙ୍କ ସହ ଝଗଡା କରିଥିଲେ । ଏହାପରେ ନିରଞ୍ଜନ ଶୋଇପଡ଼ିଥିଲେ । ସେ ଶୋଇଥିବାବେଳେ ସ୍ତ୍ରୀ ମନୋରମା ତାଙ୍କ ତଣ୍ଟି ଉପରେ ଛିଡା ହୋଇ ତାଙ୍କୁ ହତ୍ୟା କରିଥିଲେ । ଏଥିରେ ମନୋରମାକୁ ସହଯୋଗ କରିଥିଲେ ତାଙ୍କ ପୁଅ ଓ ନାବାଳିକା ଝିଅ ।
ସକାଳେ ନିରଞ୍ଜନଙ୍କ ମୃତଦେହ ଘରବାହାରେ ପଡିଥିବାର ପଡୋଶୀ ଦେଖିବାକୁ ପାଇଥିଲେ । ଏନେଇ ଆଳି ପୁଲିସକୁ ଖବର ଦିଆଯାଇଥିଲା ।
ଖବର ପାଇ ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଥିଲା । ପୁଲିସ ଘଟଣାସ୍ଥଳ ଯାଞ୍ଚ କରିଛି । ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଛି । ଏହି ହତ୍ୟାକାଣ୍ଡରେ ତାଙ୍କ ସହ ପୁଅ ଓ ନାବାଳିକା ଝିଅ ସାମିଲ ଥିବା ମନୋରମା ପୁଲିସ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି ।
ପୁଲିସ ମନୋରମାକୁ ଥାନାକୁ ନେଇ ଅଟକ ରଖିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ଦୀର୍ଘ ୧୦ ବର୍ଷ ଧରି ସେ ମୋତେ ପିଟାମରା କରୁଥିଲେ । ସବୁଦିନ ମଦ ପିଇ ଆସି ମତେ ପିଟାମରା କରନ୍ତି । ମୁଁ ଏଥିରେ ଉତ୍ତ୍ୟକ୍ତ ହୋଇ ପୁଲିସକୁ ସବୁ କହିଥିଲି । ମୋ କଥା ଶୁଣି ପୁଲିସ ତାଙ୍କୁ ଗିରଫ କରିଥିଲା । ସେ ୩ ମାସ ଜେଲରେ ଥିଲେ । ସେ ଜେଲକୁ ଗଲା ପରେ ମୁଁ ଅନ୍ୟମାନଙ୍କର ଘରେ କାମ କରି ମୋ ପରିବାର ପ୍ରତିପୋଷଣ କରୁଥିଲି । ସକାଳ ୬ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ମୁଁ ଘର ଚଳାଇବା ପାଇଁ ଖଟିକି ଆସେ । ୩ ମାସ ପରେ ସେ ଘରକୁ ପୁଣି ଘରକୁ ଫେରିଥିଲେ । ପୂର୍ବପରି ପୁଣି ମଦ ପିଇ ପିଟାମରା କରୁଥିଲେ । ଗତକାଲି ମୁଁ କାମ ସାରି ଆସିଲା ପରେ ସେ ଘରେ ବସି ମଦ ପିଉଥିଲେ । ହଠାତ ମଦ ନିଶାରେ ସେ ମତେ ବାଡେଇଲେ । ମୁଁ ଭାବିଲି ତାକୁ ମାରିଦେବି ଆଉ ଆଗକୁ ଯେତିକି ଦିନ ବଞ୍ଚିବି ଶାନ୍ତିରେ ବଞ୍ଚିବି । ଏହା ଭାବି ମୁଁ ତାଙ୍କ ବେକ ଉପରେ ଚଢ଼ିଗଲି ।
📲Get App