Education
ଛାତ୍ର ସଂସଦ ନିର୍ବାଚନ; ରାଜ୍ୟର ବିଭିନ୍ନ କଲେଜରେ ନାମାଙ୍କାନ ଜାରି
ଦୀର୍ଘ ଦିନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରିରହିଛି । ଖୁବକମ ସମୟରେ ନିର୍ବାଚନ ହେଉଥିବାରୁ କଲେଜମାନଙ୍କରେ ଜୋରଦାର ପ୍ରଚାର ଚାଲିଛି ।
ଆଉ ଏହା ମଧ୍ୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ କଲେଜରେ ନାମାଙ୍କନ ଜାରି ରହିଛି । ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସନ୍ଧ୍ୟା ୫ଟା ସୁଦ୍ଧା ବୈଧ ନାମାଙ୍କନ ତାଲିକା ପ୍ରକାଶ ପାଇବ ।
କାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରାଯିବ । ଆଉ କାଲି ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।