🔥 ट्रेंडिंग दिल्ली पुलिस ने 10 अक्टूबर को CJP प्रद... दिल्ली पुलिस ने सीजेपी के इस्तीफ़े की... नरहरपुर में हत्या के मामले में अदालत न... बिहार के सीएम सम्राट चौधरी ने बढ़ते अप... बिहार के मुख्यमंत्री सम्राट चौधरी ने प... मध्य प्रदेश के 12 जिलों में 20‑59% कम...
09 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ୍

✍️ रिपोर्टर: Deepak Mahapatra 🗓 09 अक्टू. 2026, 12:24 PM 👁 29
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଭଦ୍ରକରେ ନାମାଙ୍କନ ଦାଖଲ ପୂର୍ବରୁ ୨ କଲେଜରେ ନିର୍ବାଚନ ବାତିଲ୍ । ମହିଳା ମହାବିଦ୍ୟାଳୟ ଓ ଭଣ୍ଡାରିପୋଖରୀ ନାଆମୀ କଲେଜରେ ନିର୍ବାଚନ ବାତିଲ୍ ହୋଇଥିବାର ସୂଚନା ମିଳିଛି । କଲେଜର ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରିନ୍ସପାଲ ବାତିଲ୍ କଲେଜ ନିର୍ବାଚନକୁ ବାତିଲ କରିଛନ୍ତି ।
ସେହିପରି ଗତକାଲି ଯାଜପୁର ଜିଲ୍ଲା ମୁଗୁପାଳ ସ୍ଥିତ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି । ବିଭିନ୍ନ କାରଣ ଦର୍ଶାଇ ନିର୍ବାଚନ ବାତିଲ ନେଇ ଗତକାଲି ନୋଟିସ୍ ଜାରି କରିଛନ୍ତି କଲେଜ ଅଧ୍ୟକ୍ଷ। ତେବେ ନିର୍ବାଚନ ବନ୍ଦ ହେବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷାଙ୍କୁ ଘେରାଉ କରିଥିଲେ।
ନିର୍ବାଚନ ବାତିଲ କରିବାର ପ୍ରକୃତ କାରଣ ଜଣାଇବା ସହ ଏହା ଉପରେ ପୁନର୍ବିଚାର କରି ନିର୍ବାଚନ କରିବାକୁ ଛାତ୍ରଛାତ୍ରୀମାନେ ଦାବି ଜଣାଇଥିଲେ। ଏଥିସହିତ ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ ଓ ବୁଦ୍ଧିଜୀବୀ କଲେଜରେ ପହଞ୍ଚି ଅଧ୍ୟକ୍ଷଙ୍କ ସହ ଏନେଇ ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ମିଶି ନିର୍ବାଚନ କରିବା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ସେପଟେ ନିର୍ବାଚନ ନହେଲେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଖବର ପାଇ ସ୍ଥାନୀୟ କୁଆଖିଆ ପୋଲିସ କଲେଜରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲା।
📲Get App