शिक्षा
ଘରୋଇ କଲେଜରେ ମନଇଚ୍ଛା ଫି’ ଉପରେ ସରକାରୀ ଅଙ୍କୁଶ: ଇଞ୍ଜିନିୟରିଂରୁ ମେଡିକାଲ ଯାଏଁ ଫି’ ଛାଟ, ପାଠପଢ଼ା ସରିବା ପର୍ଯ୍ୟନ୍ତ ବଦଳିବନି ଦେୟ
୨୦୨୬-୨୭ରୁ ୨୦୨୮-୨୯ ଶିକ୍ଷାବର୍ଷ ମଧ୍ୟରେ ଡିପ୍ଲୋମା, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ ଓ ମେଡିକାଲ ପାଠ୍ୟକ୍ରମରେ ରାଜ୍ୟର ଘରୋଇ କଲେଜଗୁଡ଼ିକରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ଏହି ଦେୟ ଅପରିବର୍ତ୍ତିତ ରହିବ।ରାଜ୍ୟର ଘରୋଇ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଓ ମେଡିକାଲ କଲେଜଗୁଡ଼ିକରେ ବେଲଗାମ ଫି’ ଆଦାୟ ଓ ମନଇଚ୍ଛା ଫି’ ବୃଦ୍ଧି ଉପରେ ଶେଷରେ ଲଗାମ ଲଗାଇଛନ୍ତି ରାଜ୍ୟ ସରକାର। ଇଞ୍ଜିନିୟରିରୁ ମେଡିକାଲ ଓ ପ୍ରଫେସନାଲ ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ, ନିୟନ୍ତ୍ରିତ ଓ ସୁବିଧାଜନକ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆର୍ଥିକ ଶୋଷଣରୁ ମୁକ୍ତି ଦେବା ପାଇଁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
୨୦୨୬-୨୭ରୁ ୨୦୨୮-୨୯ ଶିକ୍ଷାବର୍ଷ ମଧ୍ୟରେ ଡିପ୍ଲୋମା, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ ଓ ମେଡିକାଲ ପାଠ୍ୟକ୍ରମରେ ରାଜ୍ୟର ଘରୋଇ କଲେଜଗୁଡ଼ିକରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ଏହି ଦେୟ ଅପରିବର୍ତ୍ତିତ ରହିବ। ଘରୋଇ କଲେଜ ମାଲିକମାନଙ୍କ ମନମୁଖୀ ବର୍ଷମଝିରେ ଏହାକୁ ବଦଳାଇ ପାରିବେ ନାହିଁ କିମ୍ବା ଏହି ୩ଟି ଶିକ୍ଷାବର୍ଷରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ସରିବା ପର୍ଯ୍ୟନ୍ତ ଏହି ଫି’ରେ ଆଉ କିଛି ଯୋଡ଼ିପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
କେବଳ ପାଠ୍ୟକ୍ରମ ବାବଦ ଫି’ ନୁହେଁ ଘରୋଇ କଲେଜଗୁଡ଼ିକ ଦ୍ୱାରା ନିଆଯାଉଥିବା ଅପସନାଲ(ଇଚ୍ଛାଧୀନ) ଖର୍ଚ୍ଚ ତାଲିକା ଉପରେ ମଧ୍ୟ ରାଜ୍ୟ ସରକାର ଅଙ୍କୁଶ ଲଗାଇଛନ୍ତି। ଏଥିରେ ପିଲାମାନଙ୍କ ହଷ୍ଟେଲ ଖର୍ଚ୍ଚଠୁ ଆରମ୍ କରି ୟୁନିଫର୍ମ, ପରିବହନ ଭଡ଼ା, ପ୍ରି-ପ୍ଲେସମେଣ୍ଟ ଫି’ ଆଦି ସବୁକିଛି ସାମିଲ ରହିଛି।ଓଡ଼ିଶା ପ୍ରଫେସନାଲ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍ସ ଆକ୍ଟ-୨୦୦୭ର ନିୟମାବଳୀ ଓ ଧାରା ୬(୭) ଅନୁଯାୟୀ ଗଠିତ ଫି’ ନିର୍ଦ୍ଧାରଣ କମିଟିର ସୁପାରିସ ଆଧାରରେ ଏହି ନୂଆ ଫି’ ହାର ଧାର୍ଯ୍ୟ ହୋଇଛି।
ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାର ଆଜି କଟକସ୍ଥିତ ଡ୍ରିମସ୍ ଇନଷ୍ଟିଚ୍ୟୁଟ୍ ଅଫ ହେଲଥ ସାଇନ୍ସ ଆଣ୍ଡ ହସ୍ପିଟାଲର ପିଜି ମେଡିକାଲ କୋର୍ସ ପାଇଁ ପ୍ରଥମଥର ନିମନ୍ତେ ଫି’ ନିର୍ଦ୍ଧାରଣ କରିଛନ୍ତି। ଏଥିରେ ଆନାଟୋମି, ଫିଜିଓଲୋଜି ଓ ବାୟୋ କେମେଷ୍ଟ୍ରି ଭଳି ପ୍ରି-କ୍ଲିନିକାଲ କୋର୍ସ ନିମନ୍ତେ ବାର୍ଷିକ ୫.୧୩ଲକ୍ଷ ଟଙ୍କା, ପାରା-କ୍ଲିନିକାଲ ପାଇଁ ୬.୪୧ଳକ୍ଷ ଟଙ୍କା ଓ କ୍ଲିନିକାଲ ବିଷୟଗୁଡ଼ିକ ପାଇଁ ବାର୍ଷିକ ୧୨.୮୧ଲକ୍ଷ ଟଙ୍କା ଫି’ ଧାର୍ଯ୍ୟ କରିଛନ୍ତି।
ଏହାବ୍ୟତୀତ ଡିପ୍ଲୋମା କୋର୍ସ ପାଇଁ ୫୦ଟି ଶିକ୍ଷାନୁଷ୍ଠାନର, ବି-ଟେକ୍ କୋର୍ସ ପାଇଁ ୩୩ଟି କଲେଜ, ଏମଟେକ୍ କୋର୍ସ ପାଇଁ ୧୦ଟି, ଏମଏବିଏ କୋର୍ସ ପାଇଁ ୩୧ଟି, ଏମସିଏ ପାଇଁ ୧୮ଟି, ବି-ଫାର୍ମା ପାଇଁ ୧୮ଟି ଓ ପିଜିଡିଏମ୍ କୋର୍ସ ପାଇଁ ୩ଟି ଘରୋଇ ଶିକ୍ଷାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାର ଆଜି ଫି’ ନିର୍ଦ୍ଧାରଣ କରିଛନ୍ତି।
ଡିପ୍ଲୋମା ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଜିଲ୍ଲାର ପ୍ରାୟ ୫୦ଟି ଶିକ୍ଷାନୁଷ୍ଠାନର ଫି’ ସଂଶୋଧନ ହୋଇଛି। କଳାହାଣ୍ଡି ସ୍କୁଲ ଅଫ୍ ଇଞ୍ଜିନିୟରିଂ, ଆଦର୍ଶ କଲେଜ ଅଫ୍ ଇଞ୍ଜିନିୟରିଂ, ବାରପଦା ସ୍କୁଲ ଅଫ୍ ଇଞ୍ଜିନିୟରିଂ ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଲିଟେକନିକଗୁଡ଼ିକରେ ସର୍ବନିମ୍ନ ବାର୍ଷିକ ଫି’ ୨୦୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଏନଏମ ଇନଷ୍ଟିଚ୍ୟୁଟରେ ବାର୍ଷିକ ଫି’ ୨୨୫୦୦ଟଙ୍କା, କନ୍ଧମାଳସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟରେ ୩୨୫୦୦ ଟଙ୍କା, କଳିଙ୍ଗ ଗ୍ଲୋବାଲରେ ୩୧୫୦୦ ଟଙ୍କା ଓ ନାଳନ୍ଦା ଇନଷ୍ଟିଚ୍ୟୁଟରେ ୪୨୫୦୦ ଟଙ୍କା ଫି’ ସ୍ଥିର ହୋଇଛି। ତେବେ ରାଜଧାନୀ ଇଞ୍ଜିନିୟରିଂ କଲେଜରେ ୫୧ହଜାର ଟଙ୍କା ଓ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଏକ୍ସିଲେଣ୍ଟ ଟେକ୍ନୋକ୍ରାଟ୍ସରେ ସର୍ବାଧିକ ୫୩୫୦୦ ଟଙ୍କା ପର୍ଯ୍ୟନ୍ତ ଡିପ୍ଲୋମା ଫି’ ଧାର୍ଯ୍ୟ ହୋଇଛି।
ସେହିପରି ବିଟେକ୍ କୋର୍ସ ପାଇଁ ବାଲେଶ୍ୱରର ମଡର୍ଣ୍ଣ ଇଞ୍ଜିନିୟରିଂ, ଭଦ୍ରକ ଇନଷ୍ଟିଚ୍ୟୁଟ୍, ଅନୁଗୁଳର ଆଦର୍ଶ କଲେଜ, ବରଗଡ଼ର ବିକାଶ ଇନଷ୍ଟିଚ୍ୟୁଟ୍, ବ୍ରହ୍ମପୁରର ଗାୟତ୍ରୀ କଲେଜ ଓ ଜୟପୁରର ଗୋପାଳକୃଷ୍ଣ କଲେଜ ଭଳି ପ୍ରତିଷ୍ଠାନରେ ବାର୍ଷିକ ଫି’ ୨୮ହଜାର ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଏନଏମ ଇନଷ୍ଟିଚ୍ୟୁଟରେ ୩୪ହଜାର ଟଙ୍କା ଓ ସଞ୍ଜୟ ମେମୋରିଆଲ ଇନଷ୍ଟିଚ୍ୟୁଟରେ ୫୫ହଜାର ଟଙ୍କା ଫି’ ଧାର୍ଯ୍ୟ ହୋଇଛି। ସେହିପରି ଗୋଳନ୍ଥରାର ଗାନ୍ଧୀ ଏକାଡେମୀରେ ଫି’ ୬୩୫୦୦ ଟଙ୍କା, ଭୁବନେଶ୍ୱର କଲେଜ ଅଫ୍ ଇଞ୍ଜିନିୟରିଂରେ ୭୨୫୦୦ ଟଙ୍କା ଓ କେଏମବିବି କଲେଜରେ ୮୨ହଜାର ଟଙ୍କା ଫି’ ଧାର୍ଯ୍ୟ ହୋଇଛି। ତେବେ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଫର ଟେକ୍ନୋଲୋଜି (ଗିଫ୍ଟ)ରେ ଫି’ ୧ଲକ୍ଷ ୬ହଜାର ୫୦୦ ଟଙ୍କା ଓ ଗୀତା ଅଟୋନୋମସ କଲେଜରେ ସର୍ବାଧିକ ୧ଲକ୍ଷ ୨୬ହଜାର ଟଙ୍କା ବାର୍ଷିକ ଫି’ ଧାର୍ଯ୍ୟ ହୋଇଛି। ଏମଟେକ୍ କୋର୍ସ ପାଇଁ ଏନଏମ ଇନଷ୍ଟିଚ୍ୟୁଟରେ ସର୍ବନିମ୍ନ ୩୯୫୦୦ ଟଙ୍କାରୁ ଆରମ୍ଭ ହୋଇ ବିଜ୍ଞାନ ଇନଷ୍ଟିଚ୍ୟୁଟରେ ୫୮୫୦୦ ଟଙ୍କା, ଗିଫ୍ଟରେ ୧.୨୦ଲକ୍ଷ ଟଙ୍କା ଓ ଗୀତା ଅଟୋନୋମସରେ ସର୍ବାଧିକ ୧.୪୫ଲକ୍ଷ ଟଙ୍କା ବାର୍ଷିକ ଫି’ ନିର୍ଦ୍ଧାରଣ ହୋଇଛି।
ସେହିପରି ଏମବିଏ କୋର୍ସ ପାଇଁ ଭଦ୍ରକ ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁରର ପ୍ରେସିଡେନ୍ସି କଲେଜ, ମଧୁସୂଦନ ଇନଷ୍ଟିଚ୍ୟୁଟ୍, ଇଣ୍ଟରସାଇନ୍ସ ତଥା କେମ୍ବ୍ରିଜ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଭଳି ଅନେକ ଶିକ୍ଷାନୁଷ୍ଠାନରେ ବାର୍ଷିକ ଫି’ ୩୨୫୦୦ ଟଙ୍କା ଧାର୍ଯ୍ୟ ହୋଇଛି। ତେବେ ଉତ୍କଳ ଇନଷ୍ଟିଚ୍ୟୁଟରେ ଏହା ୭୧ହଜାର ଟଙ୍କା, ଆରଜେ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରେ ୧.୦୫ଲକ୍ଷ ଟଙ୍କା, ଗିଫ୍ଟରେ ୧ଲକ୍ଷ ୨୪ହଜାର ୫୦୦ ଟଙ୍କା ଓ ଗୀତା ଅଟୋନୋମସ କଲେଜରେ ୧.୪୭ଲକ୍ଷ ଟଙ୍କା ଫି’ ରହିଛି। ଏମସିଏ ପାଠ୍ୟକ୍ରମରେ ଏନଏମ ଇନଷ୍ଟିଚ୍ୟୁଟ୍, ପ୍ରେସିଡେନ୍ସି କଲେଜ ଓ ଆଇଏସଆଇଟିରେ ବାର୍ଷିକ ଫି’ ୩୪ହଜାର ଟଙ୍କା ରଖାଯାଇଥିବାବେଳେ ବାଲେଶ୍ୱର ଏବିଏରେ ୫୫ହଜାର ଟଙ୍କା, ଗିଫ୍ଟରେ ୧ ଲକ୍ଷ ୬ହଜାର ୫୦୦ ଟଙ୍କା ଓ ଗୀତାରେ ୧.୨୬ଲକ୍ଷ ଟଙ୍କା ଫି’ ନିର୍ଦ୍ଧାରଣ ହୋଇଛି।
ବି.ଫାର୍ମା କୋର୍ସ ପାଇଁ ନୂଆପଡ଼ାର ବଟକୃଷ୍ଣ କଲେଜ, ପାରାଦ୍ୱୀପ ଫାର୍ମାସୀ କଲେଜ, ଜୟପୁରର ସାରସ୍ୱତ ଫାର୍ମାସୀ କଲେଜ ସମେତ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ପ୍ରତିଷ୍ଠାନରେ ବାର୍ଷିକ ୭୪୫୦୦ ଟଙ୍କା ଫି’ ଧାର୍ଯ୍ୟ ହୋଇଥିବାବେଳେ ସମ୍ବଲପୁରର ଗାୟତ୍ରୀ କଲେଜରେ ଏହା ୧.୧୬ଲକ୍ଷ ଟଙ୍କା ରହିଛି । ସେହିପରି କୌସ୍ତୁଭ ବିଜନେସ ସ୍କୁଲ, ପ୍ରେସିଡେନ୍ସି କଲେଜ ଓ ଆରସିଏମ ଭୁବନେଶ୍ୱରରେ ପିଜିଡିଏମ୍ କୋର୍ସ ପାଇଁ ବାର୍ଷିକ ୮୧୫୦୦ ଟଙ୍କା ଫି’ ସ୍ଥିର କରାଯାଇଛି। ଏସବୁ ବ୍ୟତୀତ ଯେଉଁ କଲେଜଗୁଡ଼ିକ ନାକ୍ ଓ ଏନବିଏ ମାନ୍ୟତାପ୍ରାପ୍ତ ହୋଇଥିବେ ସେମାନେ ଅତିରିକ୍ତ ୪ରୁ ୫ହଜାର ଟଙ୍କା ଦେୟ ନେଇପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ସରକାର ମଧ୍ୟ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଘରୋଇ କଲେଜଗୁଡ଼ିକର ଅପସନାଲ ଖର୍ଚ୍ଚ ତାଲିକା ଉପରେ ଅଙ୍କୁଶ ଲଗାଇଛନ୍ତି। କଲେଜର ନିଜସ୍ୱ ହଷ୍ଟେଲ ପାଇଁ ଡିଗ୍ରୀ ଓ ପିଜି ଛାତ୍ରଛାତ୍ରୀଙ୍କଠାରୁ ବାର୍ଷିକ ୨୬ହଜାର ଟଙ୍କା ଓ ଡିପ୍ଲୋମା ନିମନ୍ତେ ୨୪ହଜାର ଟଙ୍କା ନେଇପାରିବେ। ସେହିପରି ଭଡ଼ା ହଷ୍ଟେଲ ହୋଇଥିଲେ ଯଥାକ୍ରମେ ୧୮ହଜାର ଓ ୧୬ହଜାର ଟଙ୍କା ସୀମା ଧାର୍ଯ୍ୟ ହୋଇଛି।
ପରିବହନ ଭଡ଼ା ବାବଦରେ ଦୈନିକ ୧୨ କିମି ପର୍ଯ୍ୟନ୍ତ ପାଇଁ ବାର୍ଷିକ ୧୨ହଜାର ଟଙ୍କା ଓ ୨୦କିମିରୁ ଅଧିକ ନିମନ୍ତେ ବାର୍ଷିକ ୧୭ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ସେହିପରି ସାଧାରଣ ୟୁନିଫର୍ମ ପାଇଁ ୨ହଜାର ଟଙ୍କା ଓ ବ୍ଲେଜର ସହ ୟୁନିଫର୍ମ ପାଇଁ ୫ହଜାର ଟଙ୍କା ସ୍ଥିରୀକୃତ ହୋଇଛି। ପ୍ରି-ପ୍ଲେସମେଣ୍ଟ ପ୍ରସ୍ତୁତି ପାଇଁ ଡିଗ୍ରୀ ଓ ପିଜି ବିଭାଗରେ ବାର୍ଷିକ ୩ହଜାର ଟଙ୍କା ଲେଖାଏଁ ସର୍ବାଧିକ ୧୨ହଜାର ଟଙ୍କା ପର୍ଯ୍ୟନ୍ତ ନିଆଯାଇପାରିବ। ଏହାବ୍ୟତୀତ ଏକକାଳୀନ ଫେରସ୍ତଯୋଗ୍ୟ କସନ୍ ମନି ବାବଦରେ ଡିପ୍ଲୋମା ପାଇଁ ୫୦୦ଟଙ୍କା, ଅଣ୍ଡର ଗ୍ରାଜୁଏଟ୍ ପାଇଁ ୨ହଜାର ଟଙ୍କା ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ୨୫୦୦ ଟଙ୍କା ଧାର୍ଯ୍ୟ ହୋଇଛି। ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ଏହି ଫି’ ଢ଼ାଂଚାକୁ ମାନିବାକୁ ବାଧ୍ୟ ହେବେ ଓ ଏଥିରେ କୌଣସି ଦ୍ୱନ୍ଦ୍ୱ ଉପୁଜିଲେ ସରକାରଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।