🔥 TRENDING Rainfall deficit of up to 59% in 12 Ma... Rajasthan scrubs educational qualifica... સુરતમાં નાગરિકે જન્મદિવસની અનોખી રીતે... विकलांग दम्पति से 1.84 लाख की धोखाधड़ी... અમરેલી: યુવક પર ડોક પકડી માર માર્યા બા... पुलिस अधीक्षक डॉ. संजय कुमार अग्रवाल क...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ହତ୍ୟା: ପୁଲିସ ହାତ ଖାଲି; ‘ଅବିନାଶ ଗୌରୀ’ ଲେଖା ଟାଟୁରୁ ଖୋଲିବ କି ରହସ୍ୟ
Crime

କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ହତ୍ୟା: ପୁଲିସ ହାତ ଖାଲି; ‘ଅବିନାଶ ଗୌରୀ’ ଲେଖା ଟାଟୁରୁ ଖୋଲିବ କି ରହସ୍ୟ

✍️ Reporter: Deepak Mahapatra 🗓 09 Oct 2026, 12:30 PM 👁 17
Share: 💬 WhatsApp 📘 Facebook 𝕏 Post
ଗତକାଲି କଟକ କାଠଯୋଡ଼ି ନଦୀପଠାରେ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ଏ ପର୍ଯ୍ୟନ୍ତ ପୁଲିସର ହାତ ଖାଲି ପଡ଼ିଛି। ଘଟଣାର ରହସ୍ୟ ଭେଦ କରିପାରିନି ପୁଲିସ। ହେଲେ ମୃତ ମହିଳାଙ୍କ ଦୁଇ ହାତରେ ଥିବା ଟାଟୁରୁ କିଛି ସୁରାକ୍ ମିଳିପାରେ ବୋଲି ଆଶା ବାନ୍ଧିଛି ପୁଲିସ।
କଟକ ଡିସିପି ଖିଲାରି ଋଷିକେଶ ଧ୍ୟାନଦେଓ କହିଛନ୍ତି ଯେ ମୃତକ ଜଣେ ବିବାହିତ ମହିଳା ବୋଲି ଅନୁମାନ କରାଯାଉଛି। ମହିଳାଙ୍କ ହାତରେ ଟାଟୁ ରହିଛି। ଗୋଟିଏ ହାତରେ ଇଂରାଜୀରେ ‘ଅବିନାଶ ଗୌରୀ’ ଲେଖା ହୋଇଛି। ଦୁଇଟି ଶବ୍ଦ ମଝିରେ ଏକ ପ୍ରଜାପତିର ଚିତ୍ର ରହିଛି। ଅନ୍ୟ ଏକ ହାତରେ ଶର୍ଟଫର୍ମରେ "AG" ଲେଖାଯାଇଛି।
ଡିସିପି ଆହୁରି କହିଛନ୍ତି ଯେ ମୃତ ମହିଳାଙ୍କ ସମ୍ପର୍କରେ କୌଣସି ସୂଚନା ପାଇଲେ ହ୍ୱାଟ୍‌ସ ଆପ୍ ନମ୍ବର 828033830ରେ ଯୋଗାଯୋଗ କରିବା ପାଇଁ ସମସ୍ତଙ୍କୁ ଅପିଲ କରାଯାଇଛି। ନିକଟସ୍ଥ ଥାନାରେ ମଧ୍ୟ ସୂଚନା ଦେଇ ପାରିବେ। ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛଦେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପ୍ରାଥମିକ ତଦନ୍ତରୁ ଦୁଷ୍କର୍ମ ନେଇ କୌଣସି ପ୍ରମାଣ ମିଳି ନାହିଁ। ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ୍ ହାତରେ କିଛି ତଥ୍ୟ ପ୍ରମାଣ ଲାଗିଛି। ସେ ଦିଗରେ କାମ କରାଯାଉଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ ମଧ୍ୟ ଯାଞ୍ଚ କରାଯାଉଛି।
ଗତକାଲି ସମୟ ପାଖାପାଖି ସନ୍ଧ୍ୟା ୬ଟା ହେବ। ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ କାଠଯୋଡ଼ି ନଦୀପଠାରେ ପଡ଼ିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ରାଜାବଗିଚା ନିକଟସ୍ଥ କାଠଯୋଡ଼ି ନଦୀପଠାରେ ମହିଳା ଜଣଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୁଣ୍ଡକୁ ପଥରରେ ଛେଚି ଖିନ୍‌ଭିନ୍ କରି ଦିଆଯାଇଥିଲା। ନଦୀବନ୍ଧ କଡ଼ରୁ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ନଦୀପଠାରେ ଫିଙ୍ଗି ଦିଆଯାଇଥିଲା। ପୁଲିସ ଯେପରି ତାଙ୍କ ପରିଚୟ ପାଇବ ନାହିଁ, ସେଥିପାଇଁ ତାଙ୍କୁ ଲଣ୍ଡା କରି ମୁଣ୍ଡକୁ ଛେଚି ଦେଇଥିଲେ ହତ୍ୟାକାରୀ। କଟକ ଖାନନଗର-ପୁରୀଘାଟ କାଠଯୋଡ଼ି ରିଂ ବନ୍ଧ ରାସ୍ତାର ରାଜାବଗିଚା ସାମ୍ନା ଭଳି ବ୍ୟସ୍ତବହୁଳ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ସବୁବେଳେ ଲୋକ ଚଳପ୍ରଚଳ ହେଉଥିବା ଏହି ସ୍ଥାନରେ କିପରି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦିଆଗଲା, ତାହା ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ତାଙ୍କ ହାତରେ ଥିବା ଟାଟୁକୁ ତାଙ୍କ ପରିଚୟ ଖୋଜିବାକୁ ପ୍ରୟାସ କରୁଛି ପୁଲିସ। ରାସ୍ତାକଡ଼ରେ ଥିବା ସିସିଟିଭିଗୁଡ଼ିକୁ ପୁଲିସ ଯାଞ୍ଚ କରୁଛି। ଏହି ରାସ୍ତାକଡ଼ରେ ବିଭିନ୍ନ ସମୟରେ ମଦ,ଗଞ୍ଜେଇ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭିନ୍ନ ନିଶା ସେବନ କରୁଥିବା ଲୋକଙ୍କୁ ଦେଖିବାକୁ ମିଳୁଥିବା ବେଳେ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ଦେଖିବାକୁ ମିଳୁଛି। ପୁଲିସର କଡ଼ାକଡ଼ି ପାଟ୍ରୋଲିଂ ମଧ୍ୟ ହେଉନାହିଁ। ଫଳରେ ବାରମ୍ବାର ଏଭଳି ଘଟଣାମାନ ଘଟୁଛି। ଗତ କିଛି ଦିନ ତଳେ ସେହି ଜାଗା ନିକଟରେ ଜଣେ ଅଜଣା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ଏ ପର୍ଯ୍ୟନ୍ତ ସେହି ମହିଳାଙ୍କର ମଧ୍ୟ ପରିଚୟ ମିଳିପାରିନାହିଁ। ଗତକାଲିର ଘଟଣା ପରେ ପୁଲିସ ପାଟ୍ରୋଲଂକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।
📲Get App