🔥 TRENDING தாராபுரத்தில் 13ஆம் சுற்று வாக்கு எண்ண... शेख अब्दुल अजीम को सिल्लॉड तालुका महास... New Zealand Cricketer Jeth Raval Annou... गांधीनगर में 58वें वार्षिक महोत्सव का... Rahul Gandhi Featured in News18 Marath... Raj Thackeray Signals Upcoming MPSC Re...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ, ଘରୁ ବାହାରିଲା ନଗଦ ୩ ଲକ୍ଷ ଟଙ୍କା; ବାନ୍ଧିଲା ଭିଜିଲାନ୍ସ
Crime

୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ, ଘରୁ ବାହାରିଲା ନଗଦ ୩ ଲକ୍ଷ ଟଙ୍କା; ବାନ୍ଧିଲା ଭିଜିଲାନ୍ସ

✍️ Reporter: Deepak Mahapatra 🗓 09 Oct 2026, 12:28 PM 👁 13
Share: 💬 WhatsApp 📘 Facebook 𝕏 Post
୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟର ପ୍ରୋଗ୍ରାମର୍ ଚନ୍ଦ୍ରଜିତ ପରିଜାଙ୍କ ଘରୁ ମିଳିଛି ନଗଦ ୩ ଲକ୍ଷ ୨୧ ହଜାର ୫୪୦ ଟଙ୍କା। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟର ପ୍ରୋଗ୍ରାମର୍ ଚନ୍ଦ୍ରଜିତ ପରିଜାଙ୍କ ଘରୁ ମିଳିଛି ନଗଦ ୩ ଲକ୍ଷ ୨୧ ହଜାର ୫୪୦ ଟଙ୍କା। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଜଗତସିଂହପୁର ଜିଲ୍ଲାରେ ଡିଜିଟାଲ୍ ବ୍ଲାକ୍ ବୋର୍ଡ ସ୍ଥାପନ ବାବଦ ବକେୟା ବିଲ୍ ମଞ୍ଜୁର କରିବା ପାଇଁ ଏକ କାର୍ଯ୍ୟକାରୀ ସଂସ୍ଥା ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପ୍ରୋଗ୍ରାମର୍ ଶ୍ରୀ ପରିଜା। ସେ କ୍ରୟ ଓ ବୈଷୟିକ କମିଟିର ସଦସ୍ୟ ହୋଇଥିବାରୁ ନିୟମ ଅନୁଯାୟୀ ସ୍କୁଲଗୁଡ଼ିକୁ ଯାଇ ଡିଜିଟାଲ୍ ବ୍ଲାକ୍ ବୋର୍ଡ ଲାଗିଛି ନା ନାହିଁ ଯାଞ୍ଚ କରି ପ୍ରମାଣପତ୍ର ଦେଇଥାଆନ୍ତେ ଓ ସେହି ଅନୁସାରେ କାର୍ଯ୍ୟକାରୀ ସଂସ୍ଥାର ବିଲ୍‌ ଅନୁମୋଦନ ହୋଇଥାଆନ୍ତ। କିନ୍ତୁ କାର୍ଯ୍ୟକାରୀ ସଂସ୍ଥା ପକ୍ଷରୁ ବାରମ୍ବାର ଅନୁରୋଧ କରାଯିବା ସତ୍ତ୍ୱେ ସେ ଯାଞ୍ଚ କରିବାକୁ ଯାଇନଥିଲେ। ଓଲଟି ବକେୟା ବିଲ୍ ଅନୁମୋଦନ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଲାଞ୍ଚ କଥା ଶୁଣି ଉକ୍ତ କାର୍ଯ୍ୟକାରୀ ସଂସ୍ଥା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲା। ଯୋଜନା ପ୍ରକାରେ ଆଜି ଉକ୍ତ କାର୍ଯ୍ୟକାରୀ ସଂସ୍ଥା ପକ୍ଷରୁ ଅଭିଯୋଗକାରୀ ଶ୍ରୀ ପରିଜାଙ୍କୁ ଭେଟି ୩୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ସେ ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।
ଏହା ପରେ ପ୍ରୋଗ୍ରାମର ଶ୍ରୀ ପରିଜାଙ୍କ ଜଗତସିହପୁର ଜିଲ୍ଲା ବେଣିପୁର ରୋଡ୍‌ ଗାଲୁପଡ଼ା ସ୍ଥିତ ଘର ସହିତ କଟକ ମଧୂପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ସ୍ଥିତ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଗାଲୁପଡ଼ା ସ୍ଥିତ ଘରୁ ନଗଦ ୩ ଲକ୍ଷ ୨୧ ହଜାର ୫୪୦ ଟଙ୍କା ଜବତ କରାଯାଇଥିଲା।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଶ୍ରୀ ପରିଜାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
📲Get App