🔥 TRENDING Delhi Police Refuse Permission for CJP... Delhi Police Issues Open Letter Urging... नरहरपुर में हत्या के मामले में अदालत न... Bihar CM Samrat Chaudhary orders polic... Bihar CM Samrat Chaudhary calls NDA Le... Rainfall deficit of up to 59% in 12 Ma...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ମେମୁ ଟ୍ରେନ୍‌ରୁ ମିଳିଲା ଶରଣକୁଳ କଲେଜ ଅଧ୍ୟକ୍ଷଙ୍କ ମୃତଦେହ

✍️ Reporter: Deepak Mahapatra 🗓 09 Oct 2026, 12:42 PM 👁 19
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ମେମୁ ଟ୍ରେନ୍‌ରୁ ମିଳିଲା କଲେଜ ଅଧ୍ୟକ୍ଷଙ୍କ ମୃତଦେହ। ମୃତକଙ୍କ ନାଁ ମହେଶ୍ୱର ମହାପାତ୍ର। ସେ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ଅଧ୍ୟକ୍ଷ ଥିଲେ।
ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନରେ ଆଜି ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଟ୍ରେନ୍ ଦଶପଲ୍ଲା ଷ୍ଟେସନ ଷ୍ଟେସନରେ ପହଞ୍ଚିବା ପରେ ସରକାରୀ ରେଳବାଇ ପୁଲିସ (ଜିଆରପି) ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଘଟଣାର ତଦନ୍ତ କରୁଛି ପୁଲିସ। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତାହା ଜାଣିବା ପାଇଁ ପ୍ରୟାସ କରାଯାଉଛି।
ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶ୍ରୀ ମହାପାତ୍ରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।
📲Get App