🔥 ट्रेंडिंग બોલિવૂડના દિગ્ગજ અભિનેતા નાના પાટેકરનુ... विष्णुपद मंदिर में पितृपक्ष की तैयारी... चंडी के आभूषण से भरा बैग लूटने की वारद... कटनी: जर्जर भवन पर चला प्रशासन का बुलड... બનાસકાંઠા પોલીસે રાજસ્થાનથી આવતા ૯.૭૧... भारत और कज़ाख़स्तान ने द्विपक्षीय संबं...
08 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
କାଠଯୋଡ଼ି ପଠାରେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଠାବ, ଛାନଭିନ୍ ଆରମ୍ଭ କରିଛି ପୋଲିସ୍
स्थानीय

କାଠଯୋଡ଼ି ପଠାରେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଠାବ, ଛାନଭିନ୍ ଆରମ୍ଭ କରିଛି ପୋଲିସ୍

✍️ रिपोर्टर: Deepak Mahapatra 🗓 08 अक्टू. 2026, 01:30 PM 👁 20
शेयर करें: 💬 WhatsApp 📘 Facebook 𝕏 Post
କଟକ : କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଠାବ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।
ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ଯାରେ କାଠଯୋଡ଼ି ନଦୀପଠା ମଧ୍ୟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହର ସ୍ଥିତି ଏବଂ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। କେହି ଦୁର୍ବୃତ୍ତ ଯୁବତୀଙ୍କୁ ଅନ୍ୟ କେଉଁଠି ହତ୍ୟା କରି ଏଠାରେ ପ୍ରମାଣ ନଷ୍ଟ କରିବା ପାଇଁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।
ସ୍ଥାନୀୟ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ମୃତକଙ୍କ ପ୍ରକୃତ ପରିଚୟ ଏବଂ ମୃତ୍ୟୁର ସଠିକ୍ କାରଣ ଜାଣିବା ପାଇଁ ପୋଲିସ୍ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣା ସମ୍ପର୍କରେ ଛାନଭିନ୍ ଚଳାଇଛି।
📲Get App