शिक्षा
ନିର୍ବାଚନ ପୂର୍ବରୁ କ୍ୟାମ୍ପସ୍ରେ ରାତିରେ ବିସ୍ଫୋରଣ ଶବ୍ଦ, ଘଟଣାସ୍ଥଳରୁ ଅଫୁଟା ବସ୍ତୁ ଜବତ
ଯାଜପୁର: ଯାଜପୁର ରୋଡ୍ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନ ପୂର୍ବରୁ ବିସ୍ଫୋରଣ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି। ସୂଚନା ଅନୁସାରେ, ଭୋର ପ୍ରାୟ ୩ଟା ୨୦ ମିନିଟ୍ରେ ପ୍ରଥମେ ମହାବିଦ୍ୟାଳୟର ପ୍ରିନ୍ସିପାଲ ଅକ୍ଷୟ କୁମାର ତ୍ରିପାଠୀଙ୍କ ବାସଭବନ ନିକଟରୁ ବିସ୍ଫୋରଣ ଭଳି ଶବ୍ଦ ଶୁଣାଯାଇଥିବା ଦାବି କରାଯାଇଛି। ପରେ କ୍ୟାମ୍ପସ୍ରେ ଥିବା ପଠାଣି ସାମନ୍ତ ଛାତ୍ରାବାସ ନିକଟରେ ମଧ୍ୟ ଏଭଳି ଶବ୍ଦ ଶୁଣାଯାଇଥିବା ସୂଚନା ମିଳିଛି। ଘଟଣା ପରେ ପ୍ରିନ୍ସପାଲ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଯାଜପୁର ରୋଡ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ କିଛି ଅଫୁଟା ବସ୍ତୁ ଜବତ କରିଥିବା ଜଣାପଡ଼ିଛି। ଏଗୁଡ଼ିକ ପୂଜାପାର୍ବଣରେ ବ୍ୟବହୃତ ନଡ଼ିଆ ବାଣ ହୋଇଥାଇପାରେ ବୋଲି ପ୍ରାଥମିକ ଭାବେ କୁହାଯାଉଥିଲେ ମଧ୍ୟ, ଏନେଇ ଅଧିକାରିକ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଘଟଣାର କାରଣ ଓ ଏଥିରେ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରଖିଛି।
ଅନ୍ୟପଟେ, ମହାବିଦ୍ୟାଳୟର ଛାତ୍ର ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ ହେବାକୁ ଥିବାରୁ ଘଟଣାକୁ ନେଇ କ୍ୟାମ୍ପସ୍ରେ ଚିନ୍ତା ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ଆଲୋଚନା ହେଉଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁସାରେ ପଦକ୍ଷେପ ନେବାକୁ ପ୍ରିନ୍ସପାଲ ଦାବି କରିଥିବା ସୂଚନା ମିଳିଛି।