🔥 TRENDING पटना में तेजस्वी यादव के नेतृत्व में '... ಬಡವರಿಗೆ ಸಿಗದ ವೈದಕೀಯ ವೆಚ್ಚ ಸೌಲಭ್ಯ ಬಡವರ... Rajasthan University Releases 2026 Sec... കായിക പ്രേമികൾ പ്രതിഷേധ കൂട്ടായ്മ സംഘട... રાજકોટ: જંગલેશ્વરના ખ્વાજા પ્લોટ મર્ડર... Madhya Pradesh CM Mohan Yadav urges Co...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
କ୍ୟାମ୍ପସ ପଲିଟିକ୍ସ: ୩ ବିଶ୍ୱବିଦ୍ୟାଳୟ ଓ ୨୦୨ କଲେଜରେ ହେବନି ‘ଇଲେକ୍ସନ’, ୩୪୧ ଶିକ୍ଷାନୁଷ୍ଠାନରେ ଲଢ଼େଇ
Education

କ୍ୟାମ୍ପସ ପଲିଟିକ୍ସ: ୩ ବିଶ୍ୱବିଦ୍ୟାଳୟ ଓ ୨୦୨ କଲେଜରେ ହେବନି ‘ଇଲେକ୍ସନ’, ୩୪୧ ଶିକ୍ଷାନୁଷ୍ଠାନରେ ଲଢ଼େଇ

✍️ Reporter: Deepak Mahapatra 🗓 08 Oct 2026, 01:14 PM 👁 22
Share: 💬 WhatsApp 📘 Facebook 𝕏 Post
୭ତାରିଖ ରାତି ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ୨୦୫ଟି ଉଚ୍ଚଶିକ୍ଷାନୁଷ୍ଠାନ କେବଳ ଚୟନ ପଦ୍ଧତିରେ (ସିଲେକ୍ସନ ପ୍ରକ୍ରିୟା) ଛାତ୍ରନେତା ବାଛିବେ। ଏଥିରେ ୨୦୨ଟି କଲେଜ ସମେତ ଓଡ଼ିଆ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସାମିଲ।୮ବର୍ଷ ପରେ ରାଜ୍ୟରେ ହେଉଥିବା କଲେଜ ଛାତ୍ରସଂସଦ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୩ଟି ବିଶ୍ୱବିଦ୍ୟାଳୟ ଓ ୨୦୨ଟି କଲେଜରେ ଇଲେକ୍ସନ ପରିବର୍ତ୍ତେ ‘ସିଲେକ୍ସନ’ ପ୍ରକ୍ରିୟାରେ ଛାତ୍ରନେତା ବଛା ହେବେ। ବାକି ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି କଲେଜକୁ ମିଶାଇ ମୋଟ ୩୪୧ଟି ଉଚ୍ଚଶିକ୍ଷାନୁଷ୍ଠାନରେ ନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ପ୍ରତିଷ୍ଠିତ ଗଙ୍ଗାଧର ମେହେର ବିଶ୍ୱିଦ୍ୟାଳୟ ସମେତ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତଥର ଛାତ୍ରସଂସଦ ନିର୍ବାଚନ ହେବ ନାହିଁ ।ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ର ସଂସଦ ଗଠନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଚଳିତବର୍ଷ ରାଜ୍ୟର ୨ଶହରୁ ଅଧିକ ଶିକ୍ଷାନୁଷ୍ଠାନରେ ପାରମ୍ପରିକ ଇଲେକ୍ସନ୍ ବଦଳରେ ସିଲେକ୍ସନ ପ୍ରକ୍ରିୟାରେ ଛାତ୍ର ପ୍ରତିନିଧି ବାଛିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଯାହାକି କ୍ୟାମ୍ପସ ରାଜନୀତିକୁ ସରଗରମ କରିଛି।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୭ତାରିଖ ରାତି ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ୨୦୫ଟି ଉଚ୍ଚଶିକ୍ଷାନୁଷ୍ଠାନ କେବଳ ଚୟନ ପଦ୍ଧତିରେ (ସିଲେକ୍ସନ ପ୍ରକ୍ରିୟା) ଛାତ୍ରନେତା ବାଛିବେ। ଏଥିରେ ୨୦୨ଟି ମହାବିଦ୍ୟାଳୟ ସମେତ ଓଡ଼ିଆ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଭଳି ୩ଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ସାମିଲ ରହିଛନ୍ତି। ଏହି ଅନୁଷ୍ଠାନଗୁଡ଼ିକରେ କୌଣସି ଭୋଟ୍ ଗ୍ରହଣ ନହୋଇ ସିଲେକ୍ସନ୍ ଜରିଆରେ ଛାତ୍ର ପ୍ରତିନିଧି ମନୋନୀତ କରାଯିବ।

ସେହିପରି ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବା ୩୪୧ଟି ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି କଲେଜ ରହିଛି। ଏହିସବୁ ଶିକ୍ଷାନୁଷ୍ଠାନରେ ନିର୍ବାଚନ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ବିଜ୍ଞପ୍ତି(College Election) ଜାରି ହୋଇଛି। ଆସନ୍ତା ଅକ୍ଟୋବର ୯ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ନୋମିନେସନ୍ ଦାଖଲ କରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ଯାଏଁ ନୋମିନେସନ୍ ଯାଂଚ ହେବାପରେ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ।

ପରବର୍ତ୍ତୀ ପ୍ରକ୍ରିୟାରେ ଅକ୍ଟୋବର ୧୦ତାରିଖ ସକାଳ ୧୦ଟାରୁ ଦିନ୧ଟା ମଧ୍ୟରେ ପ୍ରାର୍ଥୀମାନେ ଚାହିଁଲେ ନିଜର ନୋମିନେସନ୍ ପ୍ରତ୍ୟାହାର କରିପାରିବେ ଓ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପ୍ରଚାରର ଶେଷ ଭାଗରେ ଅକ୍ଟୋବର ୧୪ ତାରିଖରେ ଶିକ୍ଷାନୁଷ୍ଠାନଗୁଡ଼ିକରେ 'ହ୍ୱାଇ ଆଇ ଷ୍ଟାଣ୍ଡ ଫର' ମିଟିଂ ଅନୁଷ୍ଠିତ ହେବ, ଯେଉଁଠି ପ୍ରାର୍ଥୀମାନେ ନିଜ ନିଜର ଆଭିମୁଖ୍ୟ ରଖିବେ। ଏହାପରେ ଅକ୍ଟୋବର ୧୫ ତାରିଖ ସକାଳ ୮ଟାରୁ ଦିବା ୨ଟା ପର୍ଯ୍ୟନ୍ତ ମତଦାନ ହେବ ଓ ଭୋଟିଂ ଶେଷ ହେବାପରେ ସେହି ୧୫ ତାରିଖରେ ହିଁ ଭୋଟ ଗଣତି ସହ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଶେଷରେ ଅକ୍ଟୋବର ୧୬ତାରିଖ ଦିନ ବିଜୟୀ ଛାତ୍ରନେତାଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମଗ୍ର ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି।
📲Get App