🔥 ट्रेंडिंग कर्नाटक के मुख्यमंत्री शिवाकुमार ने मं... बेंगलुरु‑मुंबई वैंडे भारत एक्सप्रेस से... प्रियांक खरगे ने आरएसएस से २५ अक्टूबर... लॉरेंस बिश्नो जेल में, गैंग का संचालन... आपातकाल में सरकार ने हवाई किराए तय किए બગોદરા ગામની નજીક પુલ પર ફોર વ્હીલ વાહ...
21 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
କବାଟ ତାଡ଼ି ନେଇଗଲେ ୫ ତୋଳା ସୁନା ସହ ନଗତ ୭୦ ହଜାର ଟଙ୍କା
अपराध

କବାଟ ତାଡ଼ି ନେଇଗଲେ ୫ ତୋଳା ସୁନା ସହ ନଗତ ୭୦ ହଜାର ଟଙ୍କା

✍️ रिपोर्टर: Deepak Mahapatra 🗓 08 अक्टू. 2026, 01:08 PM 👁 43
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଘର ଗ୍ରିଲ୍ ଓ କବାଟ ଭାଙ୍ଗି ୫ ତୋଳା ସୁନା ସହ ନଗତ ୭୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘର ଦାଣ୍ଡରେ ଶୋଇଥିବା ବେଳେ ପଛପଟୁ କବାଟ ତାଡ଼ି ଆଲମିରାରୁ ଚୋରି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପାଇକହ୍ନେଇପୁର ଗ୍ରାମରେ । ପାଇକହ୍ନେଇପୁର ଗ୍ରାମରେ ୩ ଜଣଙ୍କ ଘର ପଛପଟ କବାଡ଼ ଭାଙ୍ଗି ଲୁଟ ଉଦ୍ୟମ ବିଫଳ ହେବା ପରେ ଚତୃର୍ଥ ପାଳିରେ ଗାଁର ବେଙ୍ଗବତୀ ସାମଲଙ୍କ ଘରକୁ ଆସିଥିଲେ ଚୋର । ଏହି ସମୟରେ ପରିବାର ଲୋକ ଘର ଦାଣ୍ଡରେ ଶୋଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର ପଛପଟ ଗ୍ରିଲ୍ ଓ କବାଟ ତାଡ଼ି ଭିତରେ ପଶିଥିଲେ। ଘରେ ଥିବା ଗୋଡ଼ରେଜ୍‌କୁ ଭାଙ୍ଗି ସେଥିରେ ରଖାଯାଇଥିବା ୫ ତୋଳା ସୁନା ଗହଣା ଏବଂ ନଗଦ ୭୦ ହଜାର ଟଙ୍କା ନେଇ ସେଠାରୁ ସେମାନେ ଚମ୍ପଟ ମାରିଥିଲେ ।
ସକାଳୁ ପରିବାର ଲୋକେ ଲୁଟ୍‌ ସମ୍ପର୍କରେ ଜାଣିବା ପରେ ତୁରନ୍ତ ଖଲ୍ଲିକୋଟ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଜାରି ରଖିଥିବା ବେଳେ ଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ଆଶ୍ୱାସନା ଦେଇଛି ।
📲Get App