🔥 TRENDING चंडी के आभूषण से भरा बैग लूटने की वारद... कटनी: जर्जर भवन पर चला प्रशासन का बुलड... બનાસકાંઠા પોલીસે રાજસ્થાનથી આવતા ૯.૭૧... India, Kazakhstan Review Bilateral Tie... Kushitha Kallapu Stuns in Black Saree,... Mamitha Baiju Makes Telugu Debut in Bl...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
ବନ୍ଦରେ ବି ବଞ୍ଚିଲା ମାନବିକତା; ପୁଲିସ ଯୋଗାଇଲା ଗାଡ଼ି, ଏମ୍ସ ଗଲେ ହୃଦରୋଗୀ ମହିଳା
Lifestyle

ବନ୍ଦରେ ବି ବଞ୍ଚିଲା ମାନବିକତା; ପୁଲିସ ଯୋଗାଇଲା ଗାଡ଼ି, ଏମ୍ସ ଗଲେ ହୃଦରୋଗୀ ମହିଳା

✍️ Reporter: Deepak Mahapatra 🗓 08 Oct 2026, 01:10 PM 👁 10
Share: 💬 WhatsApp 📘 Facebook 𝕏 Post
ଇଣ୍ଡିଆ ମେଣ୍ଟ ଚାରି ଦଫା ଦାବି ନେଇ ସାରା ରାଜ୍ୟରେ ବନ୍ଦ ଡ଼ାକରା ଦେଇଛି । ଅନେକ ସ୍ଥାନମାନଙ୍କରେ ଇଣ୍ଡିଆ ମେଣ୍ଟର କର୍ମୀମାନେ ରାସ୍ତାକୁ ଅବରୋଧ କରି ବନ୍ଦ ପାଳନ କରୁଛନ୍ତି । ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ମଧ୍ୟରେ ଭୁବନେଶ୍ୱର ମାଷ୍ଟରକାଣ୍ଟିନରେ ଫସି ରହିଥିବା ହୃତରୋଗୀ ମହିଳାଙ୍କୁ ପୁଲିସ ଗାଡ଼ି ଯୋଗାଇଛି । ଫଳରେ ମହିଳା ଜଣକ ବନ୍ଦ ଥିଲେ ମଧ୍ୟ ସୁରୁଖୁରୁରେ ଏମ୍ସ ପହଞ୍ଚିପାରିଛନ୍ତି ।
କନ୍ଧମାଳ ଶ୍ରୀରାମପୁରର ସୁଶିଲ ଉଠାନ ସିଂଙ୍କ ସ୍ତ୍ରୀ ଜୟନ୍ତୀ ଉଠାନ ସିଂ ହୃତରୋଗରେ ପୀଡ଼ିତ ଥିବାରୁ ଆଜି ଅପରେସନ୍ ପାଇଁ ଏମ୍ସ ଆସିଥିଲେ । ସକାଳୁ ଟ୍ରେନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସ ଯିବା ପାଇଁ ସେମାନେ ବସ, ଅଟୋ ପାଇନଥିଲେ । ଫଳରେ ସେଠାରେ ପ୍ରାୟ ଦୁଇ ଘଣ୍ଟା ଧରି ସେମାନେ ଛିଡ଼ା ହୋଇଥିଲେ । ଦୀର୍ଘ ସମୟ ସେମାନେ ଛିଡ଼ା ହୋଇଥିବାର ଦେଖି ଜୋନ୍ ୧ ଏସପି ରମେଶ ବିଶୋଇ ତାଙ୍କ ସହିତ କଥା ହେଇଥିଲେ । କଥା ହେବା ପରେ ସେମାନେ ହସ୍ପିଟାଲ ଯିବା କଥା ଜାଣିବା ପରେ ସଙ୍ଗେ ସଙ୍ଗେ ଏକ ଅଟୋ କରି ସେମାନଙ୍କୁ ଏମ୍ସ ପଠାଇଥିଲେ ।
ଏମ୍ସ ପହଞ୍ଚିବା ପରେ ଉଭୟ ପୁଲିସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
📲Get App