🔥 TRENDING Cauvery Aarti at KRS Dam Postponed, Ne... Mangalore Dasara Begins Oct 11; CM Shi... Man steals iPhone, then asks owner for... पटना में तेजस्वी यादव के नेतृत्व में '... ಬಡವರಿಗೆ ಸಿಗದ ವೈದಕೀಯ ವೆಚ್ಚ ಸೌಲಭ್ಯ ಬಡವರ... Rajasthan University Releases 2026 Sec...
08 Oct 2026•
ગુજરાતી मराठी ਪੰਜਾਬੀ বাংলা
ବ୍ୟାସନଗର କଲେଜରେ ବୋମାମାଡ଼
Education

ବ୍ୟାସନଗର କଲେଜରେ ବୋମାମାଡ଼

✍️ Reporter: Deepak Mahapatra 🗓 08 Oct 2026, 01:12 PM 👁 20
Share: 💬 WhatsApp 📘 Facebook 𝕏 Post
ଯାଜପୁର ଜିଲ୍ଲା ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୋମାମାଡ଼ । ଛାତ୍ରାବାସ ଓ ପ୍ରିନ୍ସପାଲଙ୍କ ଚାମ୍ବରରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । କିଏ ବୋମାମାଡ଼ କରିଛି ତାହା ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣା ସ୍ଥଳରେ ଯାଜପୁର ରୋଡ୍ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗତକାଲି କଲେଜ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ବମ୍ ଫୁଟିବା ପରେ କଲେଜ ପରିସରରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି l ସାଇଁଟିଫିକ ଟିମ ପହଞ୍ଚିବାପରେ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି l
କିଏ ଓ କାହିଁକି ବମ୍ ଫୁଟାଇଛି ତାହା ତଦନ୍ତ ପରେ ଜଣା ପଡିବ l ନିର୍ବାଚନ ପୂର୍ବରୁ ବିଳମ୍ବିତ ରାତିରେ ଏଭଳି ହେବା ଫଳରେ ଭୟଭୀତ ଅଛନ୍ତି କଲେଜ କତୃପକ୍ଷ ଓ ଛାତ୍ର ଛାତ୍ରୀ l
📲Get App