Local
ବନ୍ଧରେ ବୁଡ଼ି ୨ ସାଙ୍ଗ ମୃତ
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ା ଗାଁରେ ଅଘଟଣ। ଶାନ୍ତିନଗର ବନ୍ଧରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଦୁଇ ନାବାଳିକା ହେଉଛନ୍ତି ନୀଲୁ କାଡ୍ରାକା ଓ କାମି ତିଆକା। ଉଭୟଙ୍କ ବୟସ ୧୨ ବର୍ଷ। ସେମାନେ ବଡ଼ନାୟକଗୁଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ।
ଦୁଇ ନାବାଳିକା ଗାଧୋଇବାକୁ ବନ୍ଧକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ଗ୍ରାମବାସୀ ଉଦ୍ଧାର କରି ସେମାନଙ୍କୁ ଗାଁକୁ ନେଇଥିଲେ। ଖବର ପାଇ କଲ୍ୟାଣସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଜରାଉଚରା କରିଛି। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।