National
ଆଜିଠାରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ସପ୍ତାହ’ ପାଳନ ହେବ, ସବୁ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ କଥା ହେବେ ମୋଦି
Watch on:
▶️ YouTube
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବଚ୍ଛିନ୍ନ ୨୫ ବର୍ଷର ଜନସେବା ଓ ସଫଳ ନେତୃତ୍ୱ ପୂରଣ ଅବସରରେ ଆଜିଠାରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ସପ୍ତାହ’ ପାଳନ କରାଯାଉଛି। ଏହା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲୁଥିବା ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ର ଏକ ପ୍ରମୁଖ ଅଂଶ।
ଦେଶର ୭୫୦ ଜିଲ୍ଲାରେ ସେବା ସଂକଳ୍ପ ସପ୍ତାହ ପାଳନ ହେବ। ସବୁ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାର ୩୧ ସାଂଗଠନିକ ଜିଲ୍ଲାର ଲୋକମାନଙ୍କ ସହ କଥା ହେବେ ମୋଦି । ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବେ। ଭୁବନେଶ୍ୱରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେବେ। ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଅନ୍ୟ ସ୍ଥାନରେ ୨ ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ସାମିଲ ହେବେ।
ଏହି ବିଶେଷ ସପ୍ତାହ ଅନ୍ତର୍ଗତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ୨୫ ବର୍ଷର ଜନ କଲ୍ୟାଣକାରୀ ଶାସନ ଓ ସେବାକୁ ସମ୍ମାନ ଜଣାଇବା। ୨୦୪୭ ସୁଦ୍ଧା ଭାରତକୁ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ସଂକଳ୍ପ ଜାଗ୍ରତ କରିବା।
ଏହି ସପ୍ତାହ ପାଳନ ଅବସରରେ ରୋଗୀମାନଙ୍କ ସହାୟତା ପାଇଁ ଦେଶର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି। ସାଧାରଣ ଲୋକଙ୍କ ରାସନ କାର୍ଡ ଓ ଅନ୍ୟାନ୍ୟ ସରକାରୀ ଯୋଜନା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସେବା ଯୋଗାଇ ଦିଆଯାଉଛି। ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କୁ ସମ୍ମାନିତ କରିବା ସହ ବିଭିନ୍ନ ସ୍ଥାନରେ ‘ସେବା ସମ୍ବାଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବା ସହ ବିଭିନ୍ନ ସାଧାରଣ ସ୍ଥାନକୁ ସ୍ୱଚ୍ଛ ରଖିବାକୁ ଜନସାଧାରଣଙ୍କୁ ସଚେତନ କରାଯାଉଛି ।