🔥 TRENDING Bidar news 30 वर्षीय कमलेश का तालाब में डूबकर निध... Abhishek Bachchan Credits Shah Rukh Kh... સુરતમાં નવરાત્રી દરમિયાન કાયદો-વ્યવસ્થ... Government urges banks to boost digita... Zabarvan Legends Series 2.0 Set to Kic...
07 Oct 2026•
ગુજરાતી मराठी ਪੰਜਾਬੀ বাংলা
ବିଜେଡିର ୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା: ପୁନର୍ଗଠନ ଆଳରେ ବରିଷ୍ଠଙ୍କୁ ଲଲିପପ୍ ଧରାଇଲେ ସୁଜାତା, ଏବେ ଅରୁଣ ‘ବ୍ଲୁ ଆଏଡ୍ ବଏ’
Politics

ବିଜେଡିର ୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା: ପୁନର୍ଗଠନ ଆଳରେ ବରିଷ୍ଠଙ୍କୁ ଲଲିପପ୍ ଧରାଇଲେ ସୁଜାତା, ଏବେ ଅରୁଣ ‘ବ୍ଲୁ ଆଏଡ୍ ବଏ’

✍️ Reporter: Deepak Mahapatra 🗓 07 Oct 2026, 12:48 PM 👁 20
Share: 💬 WhatsApp 📘 Facebook 𝕏 Post

ଗତ ୨୮ତାରିଖରେ ଦଳର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆଳରେ ସୁଜାତାଙ୍କ ଜୋରଦାର ଏଣ୍ଟ୍ରି ଓ ପ୍ରଥମ ସାର୍ବଜନୀନ ଉପସ୍ଥିତି ମଧ୍ୟରେ ଆଜିର ଏହି ୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି। ସୁଜାତା ଏହି କମିଟି ମାଧ୍ୟମରେ ଦଳରେ ନିଜର ପତିଆରା ଦେଖାଇଛନ୍ତି।

ବିଜେଡି ଆଜି ୧୧୫ ଜଣିଆ ଜମ୍ବୋ ମିଡିଆ ଟିମ୍ ଘୋଷଣା ସହ ନିଜର ମିଡିଆ ସେଲର ପୁନର୍ଗଠନ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ଏହି କମିଟିରେ ବରିଷ୍ଠ-କନିଷ୍ଠ ନେତା, ସାଂସଦ-ବିଧାୟକଙ୍କ ସମେତ ଦୀର୍ଘଦିନରୁ କୋଣଠେସା ଥିବା ନେତାମାନଙ୍କୁ ସାମିଲ କରାଯାଇଛି। ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଏହି କମିଟି ମାଧ୍ୟମରେ ଦଳରେ ନିଜର ଶକ୍ତି ଓ ସାଙ୍ଗଠନିକ ପତିଆରା ପ୍ରଦର୍ଶନ କରିଥିବା ଚର୍ଚ୍ଚା ହେଉଛି। ଗତ ୨୮ତାରିଖରେ ଦଳର ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆଳରେ ସୁଜାତାଙ୍କ ଜୋରଦାର ଏଣ୍ଟ୍ରି ଓ ପ୍ରଥମ ସାର୍ବଜନୀନ ଉପସ୍ଥିତି ମଧ୍ୟରେ ଆଜିର ଏହି ଜମ୍ବୋ ଟିମ୍ ଘୋଷଣା ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି।


ଦଳ ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରି ଇଲେକ୍ଟ୍ରୋନିକ, ପ୍ରିଣ୍ଟ, ସୋସିଆଲ ମିଡିଆ ଓ ଆଇଟି ୱିଙ୍ଗ୍ ସମେତ ଜାତୀୟ ଓ ରାଜ୍ୟ ମୁଖପାତ୍ରଙ୍କ ନୂଆ ତାଲିକା ଜାରି କରିଛି । ଏହି ନୂଆ ତାଲିକାରେ ଇଲେକ୍ଟ୍ରୋନିକ ମିଡିଆର ମୁଖ୍ୟ ସଂଯୋଜକ ଭାବେ ଅରୁଣ କୁମାର ସାହୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ବରିଷ୍ଠ ସଂଯୋଜକ ଭାବେ ଦେବେଶ ଆଚାର୍ଯ୍ୟ ଓ ସଂଯୋଜକ ଲେନିନ ମହାନ୍ତି ଅଛନ୍ତି। ସେହିପରି ପ୍ରିଣ୍ଟ ମିଡିଆର ମୁଖ୍ୟ ସଂଯୋଜକ ଭାବେ ସଞ୍ଜୟ କୁମାର ଦାସବର୍ମା, ବରିଷ୍ଠ ସଂଯୋଜକ ଗୌତମ ବୁଦ୍ଧ ଦାସ ଓ ସଂଯୋଜକ ଭାବେ ପ୍ରିୟବ୍ରତ ମାଝୀ ରହିଛନ୍ତି। ସୋସିଆଲ ମିଡିଆ ଓ ଆଇଟି ସେଲର ମୁଖ୍ୟ ସଂଯୋଜକ ଭାବେ ପ୍ରତାପ ଜେନା ଦାୟିତ୍ୱ ବଜାୟ ରଖିଥିବାବେଳେ ବରିଷ୍ଠ ସଂଯୋଜକ ଭାବେ ପ୍ରଣବ କୁମାର ବଳବନ୍ତରାୟ, ସୋସିଆଲ ମିଡିଆ ସଂଯୋଜକ ଭାବେ ସ୍ୱୟଂପ୍ରକାଶ ମହାପାତ୍ର ଓ ଆଇଟି ସଂଯୋଜକ ଭାବେ ଅମରେଶ ପତ୍ରୀଙ୍କୁ ସାମିଲ କରାଯାଇଛି।

ସେହିପରି ଦଳ ଜାତୀୟ ମୁଖପାତ୍ର ଭାବେ ନିଜର ସମସ୍ତ ୫ଜଣ ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆଙ୍କ ସମେତ କଳିକେଶ ସିଂହଦେଓ, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କୁ ଦାୟିତ୍ୱ ଦେଇଛି।

ରାଜ୍ୟସ୍ତରୀୟ ମୁଖପାତ୍ର ଟିମରେ ୩୦ଜଣ ନେତାଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଣବ ପ୍ରକାଶ ଦାସ, ଚନ୍ଦ୍ରଶେଖର ସାହୁ, ସୁଦାମ ମାର୍ଣ୍ଡି, ଦିବ୍ୟ ଶଙ୍କର ମିଶ୍ର, ସାରଦା ପ୍ରସାଦ ନାୟକ, ରମେଶ ମାଝୀ, ପ୍ରୀତିରଞ୍ଜନ ଘଡ଼େଇ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ରୋହିତ ପୂଜାରୀ, ରାଜେନ୍ଦ୍ର କୁମାର ସାହୁ, ବ୍ୟୋମକେଶ ରାୟ, ସୁଲୋଚନା ଦାସ, ସୁବାସ ସିଂହ, ଶର୍ମିଷ୍ଠା ସେଠୀ, ଲୋପାମୁଦ୍ରା ବକ୍ସିପାତ୍ର, ରଞ୍ଜିତା ସାହୁ, ଚିନ୍ମୟ ସାହୁ ଓ ଇପସିତା ସାହୁ ରହିଛନ୍ତି।

ଏସବୁ କମିଟି ବ୍ୟତୀତ ଦଳ ଅନ୍ୟ ୨୦ ଜଣ ନେତାଙ୍କୁ ବରିଷ୍ଠ ପ୍ୟାନେଲିଷ୍ଟ, ୨୦ ଜଣଙ୍କୁ ସୋସିଆଲ ମିଡିଆ ଷ୍ଟିଅରିଂ କମିଟି ଓ ୧୫ ଜଣଙ୍କୁ ଆଇଟି ଷ୍ଟିଅରିଂ କମିଟିରେ ଥଇଥାନ କରିଛି।

ତେବେ ବିଜେଡିର ଏହି ଜମ୍ବୋ ଟିମ୍ ଗଠନ ପରେ ଦଳର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି। ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ବଦ୍ରି ନାରାୟଣ ପାତ୍ର, ଅଶୋକ ଚନ୍ଦ୍ର ପଣ୍ଡା ଓ ସାରଦା ପ୍ରସାଦ ନାୟକଙ୍କୁ ‘ରାଜ୍ୟ ମୁଖପାତ୍ର’ ଟିମରେ ସାମିଲ କରି ସନ୍ତୁଷ୍ଟ ପାଇଁ ପ୍ରୟାସ କରାଯାଇଛି। ଦଳର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ମଧ୍ୟ ‘ମୁଖପାତ୍ର’ ଟିମରେ ସାମିଲ କରାଯାଇ ତାଙ୍କୁ ତାଙ୍କର ‘ଲିମିଟେସନ୍‌’ ଜଣାଇ ଦିଆଯାଇଛି।

କେବଳ ସେତିକି ନୁହେଁ ଦଳର ପରାଜୟ ପରେ ପାଣ୍ଡିଆନଙ୍କୁ ନେଇ ଆକ୍ରୋଶ ବଢ଼ିବାରୁ ସୁଜାତାଙ୍କୁ ବିଜେଡିରେ ସାମିଲ ପାଇଁ ବିଧାୟକମାନଙ୍କ ଘରକୁ ଘର ବୁଲି ମାହୋଲ ପ୍ରସ୍ତୁତ କରୁଥିବା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ମଧ୍ୟ ‘ଲଲିପପ’ ଧରାଇ ଦିଆଯାଇଛି। ଯଦିଓ ଦଳର ପରାଜୟ ପରଠୁ ଦୀର୍ଘ ଅଢ଼େଇବର୍ଷ ହେଲା ସାଂଗଠନିକ କାର୍ଯ୍ୟ ତଦାରଖ ଦେବୀଙ୍କ ଉପରେ ନ୍ୟସ୍ତ ରହିଛି। ତଥାପି ଦେବୀ ଓ ଅତନୁଙ୍କୁ ବି ୩୦ଜଣିଆ ରାଜ୍ୟ ମୁଖପାତ୍ର ଟିମରେ ସାମିଲ କରି ସୁଜାତା ସେମାନଙ୍କୁ ତାଙ୍କର 'ସ୍ଥିତି' ସମ୍ପର୍କରେ ଅବଗତ କରାଇ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଦଳର ପରାଜୟ ପରଠୁ ପାଣ୍ଡିଆନଙ୍କୁ ଖୋଲା ବିରୋଧ କରି କୋଣଠେସା ହୋଇ ରହିଥିବା ଅରୁଣ ସାହୁ ଏବେ ସୁଜାତାଙ୍କ ଖାସ୍ ତଥା ‘ବ୍ଲୁଆଏଡ୍ ବୟ’ ପାଲଟିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନରେ ଅରୁଣଙ୍କ ରଣନୀତି ଅନୁସାରେ ହିଁ ଦଳ ଆଗକୁ ବଢ଼ିଥିଲା ଓ ସୁଜାତାଙ୍କ ସଙ୍କେତରେ କାମ କରିବାର ପୁରସ୍କାର ସ୍ୱରୂପ ତାଙ୍କୁ ଇଲେକ୍ଟ୍ରୋନିକ ମିଡିଆର ଗୁରୁଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି। ସେହିପରି ସଞ୍ଜୟ ଦାସବର୍ମା ଓ ପ୍ରତାପ ଜେନାଙ୍କ ଭଳି ପୁରୁଖା ନେତାଙ୍କୁ ମଧ୍ୟ ‘ମୁଖ୍ୟ ସଂଯୋଜକ ପଦ’ ଦେଇ ନିଜ ପଲ୍ଲାରେ ରଖିବାକୁ ଏହି କମିଟିରେ ସୁଜାତା ସୁଚିନ୍ତିତ ‘ଚେକ୍‌-ଆଣ୍ଡ-ମେଟ୍‌’ ପାଇଁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ଗତ ୨୮ତାରିଖରେ ଏମଏମଡିଆର ପ୍ରସଙ୍ଗରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆଳରେ ସୁଜାତାଙ୍କୁ ରାଜନୀତିର ପବ୍ଲିକ ପ୍ଲାଟଫର୍ମରେ ଗ୍ରାଣ୍ଡ ଡେବ୍ୟୁ କରାଇବା ପାଇଁ ପାଣ୍ଠି ଖର୍ଚ୍ଚ ସହ ପାଣ୍ଡିଆନ ଯୋଜନାବଦ୍ଧ ରଣନୀତି କରିଥିଲେ। ସେଦିନ ମଂଚରେ ସୁଜାତାଙ୍କୁ କେନ୍ଦ୍ରବିନ୍ଦୁ କରାଯିବା, ତାଙ୍କ ସହ କ୍ୟାମେରା ଫ୍ରେମରୁ ବରିଷ୍ଠ ମହିଳା ନେତ୍ରୀମାନଙ୍କୁ ହଟିବାକୁ ବାଧ୍ୟ କରାଯିବା ଓ ସଭାମଂଚରୁ ସେ କର୍ମୀଙ୍କ ଆପତ୍ତି-ଅଭିଯୋଗ ଗ୍ରହଣ କରିବା ଆଦି ମାଧ୍ୟମରେ ସୁଜାତାଙ୍କ ପତିଆରା ବୃଦ୍ଧି ପାଇଁ ପ୍ରୟାସ ହୋଇଥିଲା। ଅବଶ୍ୟ ପରଦା ପଛରେ ରହି ପାଣ୍ଡିଆନ ନିଜର ସକ୍ରିୟ ଗୋଟିଚାଳନା ମାଧ୍ୟମରେ ପତ୍ନୀ ସୁଜାତାଙ୍କ ଗ୍ରାଣ୍ଡ ଏଣ୍ଟ୍ରିଂକୁ ସଫଳ କରାଇବାରେ ସକ୍ଷମ ହୋଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ନବୀନଙ୍କ ଦସ୍ତଖତ କେବଳ ଔପଚାରିକତା ପାଲଟିଥିବାବେଳେ ଆଜିର କମିଟି ମାଧ୍ୟମରେ ପାଣ୍ଡିଆନ ପରିବାର ପୁଣିଥରେ ନିଜର ପତିଆରା ପ୍ରଦର୍ଶନ କରିଛନ୍ତି। ଯାହାକି ଦଳର(Biju Janata Dal) ପୁରୁଣା ଓ ତୃଣମୂଳସ୍ତରର ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷକୁ ବିସ୍ଫୋରକ ରୂପ ଦେବାର ଆଶଙ୍କା ରହିଛି ବୋଲି ବିଜେଡି ମହଲରେ ଚର୍ଚ୍ଚା।
📲Get App